ଓଡିଶା

odisha

ETV Bharat / city

ପାନୀୟ ଜଳ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ - ପାନୀୟ ଜଳ ବିଭାଗ

ପାନୀୟ ଜଳ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ । ଖରା ଦିନକୁ ନଜରରେ ରଖି ନିଷ୍ପତ୍ତି ନେଲା ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ । ଅଧିକ ପଢନ୍ତୁ...

ପାନୀୟ ଜଳ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ
ପାନୀୟ ଜଳ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ

By

Published : Apr 12, 2021, 3:31 PM IST

ଭୁବନେଶ୍ବର: ପାନୀୟ ଜଳ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ । ଖରା ଦିନକୁ ନଜରରେ ରଖି ନିଷ୍ପତ୍ତି ନେଲା ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ । ଯେଉଁ ସ୍ଥାନରେ ନଳକୂପ ଅଚଳ ସେ ସ୍ଥାନରେ ସଂପୂର୍ଣ୍ଣ ନୂଆ ନଳକୂପ ଲଗାଯିବ । ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ।

ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସବୁଠି ପାନୀୟ ଜଳକୁ ପ୍ରାଥମିକତା ଦିଆଯିବ । ଯେଉଁଠି ନଳକୂପ ମରାମତି କରାଯାଇ ପାରିବ ନାହିଁ ସେଠି ନୂଆ ଲଗାଯିବ । ୭୦ ଜଣ ଜନସଂଖ୍ୟା ଥିବା ଛୋଟ ଗାଁରେ ବି ନଳକୂପ ବସାଯିବ । ମେଗା ୱାଟର ସପ୍ଲାଏ ଓ ସିଙ୍ଗଲ ୱାଟର ସପ୍ଲାଏ ଯୋଜନାରେ ଘରେ ଘରେ ପାଣି ଯୋଗାଇବା ପାଇଁ ଯୋଜନା କରାଯାଇଛି । ବ୍ଲକ୍ ସ୍ତରରେ ଟିମ୍ କରାଯାଇଛି । ମୋବାଇଲ ଭ୍ୟାନ ବ୍ୟବସ୍ଥା କରାଯାଇଛି । ଏମାନେ ନଳକୂପ ମରାମତି କାମ କରିବେ ।

ବଡ ବ୍ଲକରେ ୨ଟି ଟିମ୍ ନିୟୋଜିତ ହୋଇଛି । ସୋଲାର ୱାଟର ପମ୍ପ ଚଳାଇବା ପାଇଁ ୧୫ ଦିନ ମଧ୍ୟରେ ଓରେଡା ଏହାର ମରାମତି କାର୍ଯ୍ୟ କରିବ । ଏନେଇ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଏହି ନମ୍ବରରେ ଫୋନ କରି ଅଭିଯୋଗ କରିବେ ଲୋକ । ପ୍ରତି ଶନିବାର ବ୍ଲକ ସ୍ତରରେ ଓ ପ୍ରତି ମଙ୍ଗଳବାର ଜିଲ୍ଲା ସ୍ତରରେ ଏହାର ରିଭ୍ୟୁ ହେବ । ୧୧୪ଟି ସହରାଞ୍ଚଳ ୬୫୦ଟି ହଟସ୍ପଟ୍ ରହିଛି । ଯେଉଁଠି ପିଇବା ପାଣିର ଅବ୍ୟବସ୍ଥା ରହିଛି ।

୧୨ ଲକ୍ଷ ୧୭ ହଜାର ଘରକୁ ୮ ଲକ୍ଷ ୩୦ ହଜାର ଲୋକଙ୍କୁ ପାଇପ ଯୋଗେ ପିଇବା ପାଣି ଯୋଗା ଯାଉଛି । ୩୬୯୦୦ ନଳକୂପ ମରାମତି ପାଇଁ ପଦକ୍ଷେପ ନିଆଯାଇଛି । ସବୁ ସହରାଞ୍ଚଳରେ ୧୫୬ଟି କଣ୍ଟ୍ରୋଲ ରୁମ୍ ଓ ମୋ ସରକାର କେନ୍ଦ୍ର ଖୋଲାଯାଇଛି । ୪୮ ଘଣ୍ଟାରେ ସମସ୍ୟାର ସମାଧାନ କରାଯିବ । ୨ଟି ଟୋଲ ଫ୍ରି ନମ୍ବର ୧୫୫୩୫୯ ଓ ୧୮୦୦୩୪୫୬୭୮୩ ଜାରି କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details