ଓଡିଶା

odisha

By

Published : Apr 19, 2021, 9:02 AM IST

ETV Bharat / city

ଆଜିଠୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଆଜିଠୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା ବନ୍ଦ । ସ୍ଥିତିରେ ସୁଧାର ଆସିଲେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଅଧିକ ପଢନ୍ତୁ...

ଶିକ୍ଷାନୁଷ୍ଠାନରେ ତାଲା
ଶିକ୍ଷାନୁଷ୍ଠାନରେ ତାଲା

ଭୁବନେଶ୍ବର: ଆଜିଠୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ପଡିଲା ତାଲା । ପିଲା ଆସିବେନି କି କ୍ଲାସ ହେବନି । ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା ଓ ପରୀକ୍ଷାକୁ ବନ୍ଦ ରଖାଯାଇଛି ।

ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରାକାର । ସମସ୍ତ ଶିକ୍ଷାନୁଷ୍ଠାନ ସହିତ ହଷ୍ଟେଲକୁ ବନ୍ଦ ରଖାଯାଇଛି । ଶିକ୍ଷକ ଓ ଶିକ୍ଷୟିତ୍ରୀ ଆସିବେ କି ନାହିଁ ସେ ନେଇ କିଛି ସୂଚନା ମିଳିନାହିଁ । ଅଫଲାଇନରେ କ୍ଲାସକୁ ସ୍ଥଗିତ ରଖାଯାଇଥିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସମସ୍ତ ବିଷୟଗୁଡିକର ପାଠପଢା ଅନଲାଇନରେ ମାଧ୍ୟମରେ କ୍ଲାସ କରାଯିବ । ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ନେଇ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ସଂକ୍ରମଣ ପାଇଁ ଆଜିଠୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଏସଆରସି ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରିଥିଲା । ସ୍ଥିତିରେ ସୁଧାର ଆସିଲେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details