ଓଡିଶା

odisha

ETV Bharat / city

ପଶ୍ଚିମ ଓଡିଶାର ତିନୋଟି ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ - ସ୍କୁଲ ଓ କଲେଜକୁ ଛୁଟି ଘୋଷଣା

ସାରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ଉପୁଜି ଲାଣି । କଳାହାଣ୍ଡି, ବରଗଡ ଓ ନୂଆପଡା ଜିଲ୍ଲାପାଳ ଆଜି ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି ।

ଫଟୋ ସୌଜନ୍ୟ- ବ୍ୟୁରୋ ରିପୋର୍ଟ

By

Published : Aug 13, 2019, 11:15 AM IST

Updated : Aug 13, 2019, 12:17 PM IST

ଭୁବନେଶ୍ବର: ସାରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ଉପୁଜି ଲାଣି । ତେବେ ବନ୍ୟା ଓ ପ୍ରବଳ ବର୍ଷାକୁ ନଜରରେ ରଖି ପଶ୍ଚିମ ଓଡିଶାର ତିନୋଟି ଜିଲ୍ଲାରେ ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି । କଳାହାଣ୍ଡି, ବରଗଡ ଓ ନୂଆପଡା ଜିଲ୍ଲାପାଳ ଆଜି ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରାଯାଇଛି ।

ଭିଡିଓ ସୌଜନ୍ୟ- ବ୍ୟୁରୋ ରିପୋର୍ଟ

କଳାହାଣ୍ଡିରେ ଅତ୍ୟଧିକ ବର୍ଷା ପାଇଁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ଭାବ୍ୟ ବନ୍ୟାକୁ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ଲଗାଣ ବର୍ଷାକୁ ନଜରରେ ରଖି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଛନ୍ତି ।

ସେପଟେ ନୂଆପଡା ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ଅତ୍ୟଧିକ ବର୍ଷାକୁ ନଜରରେ ରଖି ଜିଲ୍ଲାପାଳ ସବୁ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି ।

ଅନ୍ୟପଟେ ବରଗଡ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । ବର୍ଷା କାରଣରୁ ଜିଲ୍ଲାର ବହୁ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ସହରରେ କୃତ୍ରିମ ବନ୍ୟା ଦେଖିବାକୁ ମିଳିଛି । ଆଜି ସକାଳ ସୁଦ୍ଧା ହାରାହାରି ୫୫.୦୫ ମିଲିମିଟର ବର୍ଷା ହୋଇଥିବା ବେଳେ ଜିଲ୍ଲାର ପାଇକମାଳ ଠାରେ ସର୍ବାଧିକ ୧୬୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ପ୍ରବଳ ବର୍ଷା କାରଣରୁ ଗନ୍ଧମାର୍ଦ୍ଦନ ପାହାଡ ପାଦତଳେ ରହିଥିବା ନୃସିଂହନାଥ ମନ୍ଦିର ଝରଣାରେ ଜଳସ୍ତର ହଠାତ ବଢିଯାଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ପାହାଡ ଉପରୁ ମାଟି ଅତଡା ଖସୁଥିବା ବେଳେ ବଡ ବଡ ପଥର ମଧ୍ୟ ଧସିଆସି ତଳକୁ ଖସି ପଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରୁ ମୂଷଳ ଧାରାରେ ବର୍ଷା ଲାଗି ରହିଥିବାରୁ ଆଜି ବରଗଡ ଜିଲ୍ଲାପାଳ ସମସ୍ତ ସ୍କୁଲ ,କଲେଜ ଓ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରିଛନ୍ତି |

କଳାହାଣ୍ଡିରୁ ଅଜିତ ସିଂ, ନୂଆପଡାରୁ ମୋତିଲାଲ ବାଗ ଓ ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Aug 13, 2019, 12:17 PM IST

ABOUT THE AUTHOR

...view details