ଓଡିଶା

odisha

By

Published : Aug 9, 2019, 4:39 PM IST

ETV Bharat / city

ଅଗଷ୍ଟ 15: କେଉଁ ଜିଲ୍ଲାରେ କିଏ କରିବେ ପତାକା ଉତ୍ତୋଳନ, ଜାଣନ୍ତୁ

ସ୍ବାଧିନତା ଦିବସ ଉପଲକ୍ଷେ କେଉଁ ଜିଲ୍ଲାରେ କିଏ କରିବେ ପତାକା ଉତ୍ତୋଳନ । ଏ ନେଇ ବାହାରିଛି ତାଲିକା । ଦେଖନ୍ତୁ ..

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ଅଗଷ୍ଟ 15 । ସମଗ୍ର ଦେଶ ପାଳିବ 73ତମ ସ୍ବାଧିନତା ଦିବସ । ଏହି ଅବସରରେ ରାଜ୍ୟର ପ୍ରତିଟି ଜିଲ୍ଲାରେ ଆଡମ୍ବରର ସହ ବିଭିନ୍ନ କାର୍ଯ୍ୟକ୍ରମ ସହ ଜାତୀୟ ପତକା ଉତ୍ତୋଳନ ଆଦି କରାଯିବ । ତେବେ କେଉଁ ଜିଲ୍ଲାରେ କିଏ ପତାକା ଉତ୍ତୋଳନ କରିବେ, ତାହାର ତାଲିକା ପ୍ରସ୍ତୁତ କରାଯାଇଛି । ଜାଣନ୍ତୁ ...

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର


କଟକରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ଅନୁଗୁଳରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ଅଭିବାଦନ କରିବେ । ସେହିପରି ପ୍ରଫୁଲ୍ଲ ମଲ୍ଲିକ ପୁରୀ, କେନ୍ଦ୍ରାପଡାରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ , କଳାହାଣ୍ଡି ରେ ମନ୍ତ୍ରୀ ପଦ୍ମନାଭ ବେହେରା , ମୟୂରଭଞ୍ଜରେ ମନ୍ତ୍ରୀ ପ୍ରତାପ ଜେନା , ଢେଙ୍କାନାଳରେ କୃଷି ମନ୍ତ୍ରୀ ଅରୁଣ ସାହୁ , ସୁନ୍ଦରଗଡ ରେ ସୁଦାମ ମାରଣ୍ଡି, କନ୍ଧମାଳରେ ଶୁଶାନ୍ତ ସିଂ, ବଲାଙ୍ଗୀର ରେ ନବ କିଶୋର ଦାସ, ନୟାଗଡ଼ ରେ ଟୁକୁନି ସାହୁ ,କେନ୍ଦୁଝରରେ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ବଲପୁରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର , ବାଲେଶ୍ବରରେ ଅଶୋକ ଚନ୍ଦ୍ର ପଣ୍ଡା , ଯାଜପୁରରେ ସମୀର ଦାସ,ନବରଙ୍ଗପୁର ରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୋରାପୁଟ ରେ ପ୍ରେମାନନ୍ଦ ନାୟକ ଓ ମାଲକାନଗିରି ରେ ରଘୁନନ୍ଦନ ଦାସ, ରାୟଗଡାରେ ପଦ୍ମିନୀ ଦିଆନ , ଗଜପତିରେ ତୁଷାର କାନ୍ତି ବେହେରା ,ଭଦ୍ରକ ରେ ରାଜସ୍ବ ବୋର୍ଡ ସଦସ୍ୟ ପତାକା ଉତ୍ତୋଳନ କରିବେ ।

ଏପରି ଭାବେ ବରଗଡ, ବୌଦ୍ଧ, ଦେଓଗଡ, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡା, ନୂଆପଡା, ସୁବର୍ଣ୍ଣପୁରରେ ଜିଲ୍ଲାର କଲେକ୍ଟରମାନେ ଜାତୀୟ ପତକା ଉତ୍ତୋଳନ କରିବେ । ବ୍ରହ୍ମପୁର, ରାଉରକେଲା ଓ ଖୋର୍ଦ୍ଧାରେ ଆରଡିସି ପତାକା ଉତ୍ତୋଳନ କରିବେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details