ଓଡିଶା

odisha

ETV Bharat / city

'ରାଜ୍ୟର ସମସ୍ତ ବିଭାଗ ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ବିଭାଗ' - ସ୍ୱାସ୍ଥ୍ୟ ବିଭାଗ ଓଡିଶା

କୋରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଟି ବିଭାଗ ସକ୍ରିୟ ରହିଛନ୍ତି । ତେବେ ରାଜ୍ୟରେ କୋରୋନା ସ୍ଥିତିକୁ ସମସ୍ତ ବିଭିଗ ବର୍ତ୍ତମାନ ସମୟରେ ସ୍ବାସ୍ଥ୍ୟ ବିଭାଗ ହୋଇଛି ବୋଲି କହିଛନ୍ତି ରାଜ୍ୟ ଶିଳ୍ପ ସଚିବ ହେମନ୍ତ ଶର୍ମା । ଅଧିକ ପଢନ୍ତୁ...

'ରାଜ୍ୟର ସମସ୍ତ ବିଭାଗ ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ବିଭାଗ'
'ରାଜ୍ୟର ସମସ୍ତ ବିଭାଗ ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ବିଭାଗ'

By

Published : Apr 28, 2020, 7:29 PM IST

Updated : Apr 28, 2020, 8:27 PM IST

ଭୁବନେଶ୍ବର: ଦେଶରେ ଥମୁନାହିଁ କୋରୋନା ଆକ୍ରାନ୍ତ । ରାଜ୍ୟରେ ବି ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଟି ବିଭାଗ ସକ୍ରିୟ ରହିଛନ୍ତି । ତେବେ ରାଜ୍ୟରେ କୋରୋନା ସ୍ଥିତିକୁ ସମସ୍ତ ବିଭିଗ ବର୍ତ୍ତମାନ ସମୟରେ ସ୍ବାସ୍ଥ୍ୟ ବିଭାଗ ହୋଇଛି ବୋଲି କହିଛନ୍ତି ରାଜ୍ୟ ଶିଳ୍ପ ସଚିବ ହେମନ୍ତ ଶର୍ମା ।

'ରାଜ୍ୟର ସମସ୍ତ ବିଭାଗ ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ବିଭାଗ'
ହେମନ୍ତ ଶର୍ମା କହିଛନ୍ତି ଯେ ରାଜ୍ୟରେ କରୋନା ପରିସ୍ଥିତିକୁ ନେଇ ସମସ୍ତ ବିଭାଗ ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ବିଭାଗ ହୋଇଛି। ଦିନ ରାତି ଏକ କରି ସମସ୍ତ ବିଭାଗର ଅଧିକାରୀମାନେ କାର୍ଯ୍ୟ ଜାରି ରଖିଛନ୍ତି । କୋଭିଡ 19 ମୁକାବିଲା ପାଇଁ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ଦ୍ବାୟିତ୍ବ ଦିଆଯାଇଛି । କିଭଳି ଭାବରେ ଏହି କାର୍ଯ୍ୟକୁ ତୁଲାଇବେ ଓ ହସ୍ପିଟାଲର ମେସିନ ଓ ସ୍ୱାସ୍ଥ୍ୟ ବିଭାଗର ଯେକୌଣସି ଆବଶ୍ୟକତା ରହିଛି, ସେସବୁକୁ ପୂରଣ କରିବା ପାଇଁ ଦାଇତ୍ୱ ନେଇଛନ୍ତି ହେମନ୍ତ । କୋରୋନା ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପଛରେ ରାଜ୍ୟର ସମସ୍ତ ବିଭାଗ ଲାଗିଛନ୍ତି ବୋଲି ଶର୍ମା କହିଛନ୍ତି । ଆସନ୍ତା 6 ମାସ ଭିତରେ କେଉଁକେଉଁ ଅତ୍ୟାବଶ୍ୟକ ଜିନିଷ ଆବଶ୍ୟକତା ପଡିବ ସେନେଇ ମଧ୍ୟ ସୂଚନା ଦେଇଛନ୍ତି ହେମନ୍ତ।

ଏହି ଅତ୍ୟାଧୁନିକ ଓ ଅତ୍ୟାବଶ୍ୟକ ଜିନିଷ 3 ଭାବରେ ବିଭାଗ କରାଯାଇଛି
1 ମେଡ଼ିସିନ
2 ଇକ୍ୟୁମେଣ୍ଟ
3 ଟେଷ୍ଟ ପାଇଁ ସାରଞ୍ଜାମ

ପ୍ରତିଦିନ ସକାଳ ସମୟରେ ସ୍ୱାସ୍ଥ୍ୟ ବିଭାଗରେ ରହିଥିବା ବରିଷ୍ଠ କର୍ମଚାରୀଙ୍କ ମଧ୍ୟରେ ଗ୍ରୁପ କଲ କରାଯାଉଛି । ଅତ୍ୟାଧୁନିକ ଯନ୍ତ୍ରପାତି କେଉଁଠୁ ଆସିବ ଓ କିପରି ଆସିବ ଏନେଇ ଅଲୋଚନା କରାଯାଉଛି । ତେବେ ରାଜ୍ୟରେ ବିଶେଷ ଭାବରେ ଅତ୍ୟାଧୁନିକ ଇକ୍ୟୁପ୍‌ମେଣ୍ଟ ବ୍ୟବହାର କରାଯାଉଛି ଯାହା କୋଲକତା ନାସିକ, ଚେନାଇ, ମହାରାଷ୍ଟ୍ର ରୁ ଆସୁଛି। ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆଇସିୟୁ ଓ ଭେଣ୍ଟଲେଟର ଦିଆଯାଉଛି।

କୋବାସ 6800 ମେସିନ ରାଜ୍ୟର ଏକ ମାତ୍ର ଆରଏମଆରସିରେ ରଅଛି । ହେଲେ ଆଗାମୀ ଦିନରେ ଏହାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଏହି କୋବାସ ମେସିନ ମାଧ୍ୟମରେ ଦିନକୁ 25 ଶହ ଟେଷ୍ଟ ହୋଇପାରିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଆଉ 3ଟି ମେସିନ ବ୍ୟବହାର କରାଯିବ । ଏହି 3ଟି ମେସିନକୁ ବଲାଙ୍ଗୀର, କୋରାପୁଟ ଓ ବାଲେଶ୍ୱର ଆଦି 3ଟି ଜିଲ୍ଲାରେ ରହିବ । ଆସନ୍ତା ଦୁଇ ମାସ ଭିତରେ ଏଠାରେ ଏହି ସବୁ ମେସି ଲଗାଯିବ ବୋଲି ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Apr 28, 2020, 8:27 PM IST

ABOUT THE AUTHOR

...view details