ଭୁବନେଶ୍ବର: ସବୁ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ପରାମର୍ଶଦାତା ଡ. ଜୟନ୍ତ ପଣ୍ଡା କହିଛନ୍ତି । ଦୂରାରୋଗରେ ପୀଡିତ ଆକ୍ରାନ୍ତ, ଗର୍ଭବତୀ ଓ ଶିଶୁମାନେ ଆକ୍ରାନ୍ତ ହେଲେ ଆଇସୋଲେସନରେ ରହିପାରିବେ ନାହିଁ । ସେମାନେ ହୋମ ଆଇସୋଲେସନରେ ନରହି କୋଭିଡ ହସ୍ପିଟାଲରେ ରହିବା ଆବଶ୍ୟକ ଏବଂ ହୋମ ଆଇସୋଲେସନ ରହିବାବେଳେ ଦିଆଯାଉଥିବା କିଟର ବ୍ୟବହାର ଠିକଭାବରେ କରାଯିବା ଉଚିତ ।
କୋଭିଡ 19 ଆକ୍ରାନ୍ତଙ୍କ ମଧ୍ୟରେ ଅନେକ ରୋଗୀଙ୍କ ଶରୀରରେ ଲକ୍ଷଣ ରହୁଛି ଅନେକଙ୍କ ଦେହରେ ଲକ୍ଷଣ ନାହିଁ । 90 ପ୍ରତିଶତ ଲୋକଙ୍କର ଲକ୍ଷଣ ନାହିଁ। ତେବେ ଜଣେ ଲୋକ ହୋମ ଆଇସୋଲେସନରେ 17 ଦିନ ପର୍ଯ୍ୟନ୍ତ ରହିବେ । ସମସ୍ତେ ହୋମ ଆଇସୋଲେସନରେ ରହିପାରିବେ ନାହିଁ । ଡାଇବେଟିସ ହୃଦରୋଗ କ୍ୟାନ୍ସର ଆଦି ଗୁରୁତର ରୋଗୀଙ୍କୁ ହୋମ ଆଇସୋଲେସନରେ ରଖିବା ଉଚିତ ନୁହେଁ। ସେମାନଙ୍କୁ କୋଭିଡ ହସ୍ପିଟାଲରେ ରଖାଯିବା ଆବଶ୍ୟକ। ଏନେଇ କୋଭିଡ ରୋଗ ସହ ଅନ୍ୟ ରୋଗର ମଧ୍ୟ ଚିକିତ୍ସା କରିବା ଆବଶ୍ୟକତା ରହିଛି । ଛୋଟ ଛୁଆ, ବୟସ୍କ ଲୋକ, ଗର୍ଭବତୀ ଏହି ରୋଗରେ ପୀଡିତ ହେଲେ ଗୁରୁତର ହେବାର ସମ୍ଭାବନା ରହିବ । ରୋଗୀ ଓ ରୋଗୀଙ୍କ ଦେଖାଶୁଣା କରୁଥିବା ସହଯୋଗୀ ନିୟମ ମାନିବା ଉଚିତ । ଆକ୍ରାନ୍ତ ରୁମରୁ ବାହାରକୁ ଆସିବେ ନାହିଁ । ଉଭୟ ଆକ୍ରାନ୍ତ ଓ ରୋଗୀଙ୍କ ଦେଖାଶୁଣା କରୁଥିବା ସହଯୋଗୀ ଘରେ ଥିଲେ ବି ମାସ୍କ ଓ ଗ୍ଲୋଭସ ବ୍ୟବହାର କରିବେ ।