ଓଡିଶା

odisha

ପ୍ରବଳ ବର୍ଷା ସହ ପବନ ! ଜିଲ୍ଲାପାଳଙ୍କୁ ସତର୍କ କଲେ SRC

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତ ରୂପ ନେଇଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ 4 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି ।

By

Published : Oct 22, 2020, 9:31 PM IST

Published : Oct 22, 2020, 9:31 PM IST

ପ୍ରବଳ ବର୍ଷା ସହ ହେବ ପବନ ! ଶୁଣନ୍ତୁ, କଣ କହୁଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର
ପ୍ରବଳ ବର୍ଷା ସହ ହେବ ପବନ ! ଶୁଣନ୍ତୁ, କଣ କହୁଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର: ଆସୁଛି ପ୍ରବଳ ବର୍ଷା ! ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତ ରୂପ ନେଇଛି। ଏହା ଘନିପୂତ ହୋଇ ଶୁକ୍ରବାର ସୁଦ୍ଧା ଡିପ ଡିପ୍ରେସନରେ ପରିଣତ ହୋଇପାରେ । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର 4ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ! ବର୍ଷା ସହ ପବନ ବହିବା ମଧ୍ୟ ଆଶଙ୍କା କରିଛି ପାଣି ପାଗ ବିଭାଗ । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ରେଡ ୱାର୍ଣ୍ଣଂ ଜାରି ହୋଇଛି । ତେବେ ଅବପାତ ବାତ୍ୟାରେ ପରିଣତ ହେବାର କୌଣସି ସମ୍ଭାବନା ନାହିଁ ।

ପ୍ରବଳ ବର୍ଷା ସହ ହେବ ପବନ ! ଶୁଣନ୍ତୁ, କଣ କହୁଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର

4 ଜିଲ୍ଲା ବ୍ୟତିତ ପୁରୀ ଜିଲ୍ଲାର କିଛି ସ୍ଥାନରେ ବି ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଳାପାଳ ଙ୍କୁ ସତର୍କ ରହିବାକୁ କୁହାଯାଇଛି । ପରିସ୍ଥିତିର ନିୟନ୍ତ୍ରଣ ପାଇଁ ଆଲର୍ଟ ରହିଛି ପ୍ରଶାସନ । ଜଳ ସ୍ତର ଉପରେ ନିୟନ୍ତ୍ରଣ ରଖିବାକୁ ପ୍ରସ୍ତୁତ ଏହି ସବୁ ଜିଲ୍ଲାର ପ୍ରଶାସନ ।

ରାଜ୍ୟର ସବୁ ବନ୍ଦରରେ 3 ନମ୍ବର ବିପଦ ସଂକେତ ଦିଆଯାଇଛି । ସମୁଦ୍ରରେ ଏହାର ପ୍ରଭାବ ଅଧିକ ରହିବା ଆଶଙ୍କାରେ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି । ଏହି ସମୟରେ ପବନର ବେଗ 50 କିମି ଘଣ୍ଟା ପ୍ରତି ରହିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତି ।

ତେବେ ବର୍ଷା ଓ ପବନ ଯୋଗୁଁ କଚ୍ଚା ଘର ଓ ତଳିଆ ଅଞ୍ଚଳବସୀଙ୍କୁ ଆଲର୍ଟ ଜାରି କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details