ଭୁବନେଶ୍ବର/ବ୍ରହ୍ମଗିରି:ବଦଳିବ ଅଲାରନାଥ ମନ୍ଦିରର ରୂପରେଖ । ଗୁରୁବାର ଅଲାରନାଥ ମନ୍ଦିର ପରିଦର୍ଶନ କରି ଏହି ଘୋଷଣା କରିଛନ୍ତି 5ଟି ସଚିବ ଭିକେ ପଣ୍ଡିଆନ । 15 ଦିନ ମଧ୍ୟରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି 5ଟି ସଚିବ । ଏନେଇ ମନ୍ଦିର ସେବାୟତ, ସ୍ଥାନୀୟ ଲୋକ ଓ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି ଭିକେ ପଣ୍ଡିଆନ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5ଟି ସଚିବ ଭିକେ ପାଣ୍ଡିଆନ ଆଜି(ଗୁରୁବାର) ଅପରାହ୍ନରେ ପୁରୀ ଜିଲ୍ଲାସ୍ଥିତ ଅଲାରନାଥ ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିର ବିକାଶ ଯୋଜନାରେ ସାମିଲ ହୋଇଛି ଅଲାରନାଥ ମନ୍ଦିର । ମନ୍ଦିରର ବିକାଶ ପାଇଁ କଣ କଣ ପଦକ୍ଷେପର ଆବଶ୍ୟକତା ରହିଛି, ସେନେଇ ଆଲୋଚନା କରିଛନ୍ତି । ତୀର୍ଥଯାତ୍ରୀ ଓ ସେବାୟତଙ୍କ ସୁବିଧା ପାଇଁ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିର ଚତୁଃର୍ପାଶ୍ବ, ଚାପ ପୁଷ୍କରିଣୀ, ପାର୍କିଂ ସ୍ଥାନ, ବ୍ରହ୍ମଗିରି ବଜାର ଦେଇ ମନ୍ଦିରରେ ପ୍ରବେଶ ଏବଂ ପ୍ରସ୍ଥାନ ରାସ୍ତା ଓ ଭକ୍ତ ନିବାସ ବୁଲି ସମୀକ୍ଷା କରିଥିଲେ ।