ଓଡିଶା

odisha

By

Published : May 15, 2021, 7:59 AM IST

ETV Bharat / city

ଆଜି ପବିତ୍ର ଅକ୍ଷୟ ତୃତୀୟା, ଅଖିମୁଠି ଅନୁକୂଳ କଲେ ଚାଷୀ

ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ବଡି ଭୋରୁ ଅଖିମୁଠି ଅନୁକୂଳ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...

ଅକ୍ଷୟ ତୃତୀୟା, ଅଖିମୁଠି ଅନୁକୂଳ କଲେ ଚାଷୀ
ଅକ୍ଷୟ ତୃତୀୟା, ଅଖିମୁଠି ଅନୁକୂଳ କଲେ ଚାଷୀ

ଭୁବନେଶ୍ବର: ଆଜି ଅକ୍ଷୟ ତୃତୀୟା । ପରମ୍ପରା ବିଶ୍ବାସ ଅନୁଯାୟୀ ଏକ ଶୁଭ ଦିନ ହେଉଛି ଏହିଦିନ । ଆଜିର ଦିନରେ ଯେଉଁକାର୍ଯ୍ୟ ଆରମ୍ଭ କଲେ ତାହା ସୁରୁଖୁରୁରେ ହୋଇଥାଏ ବୋଲି ବିଶ୍ବାସ ରହିଛି । ବିଶେଷ କରି ଏହିଦିନ କୃଷକଙ୍କ ପାଇଁ ବେଶ୍ ଗୁରୁତ୍ବ ବହନ କରେ ।

କାରଣ କୃଷିଭାଇ ଆଜିର ଦିନରୁ ଅଖିମୁଠି ଅନୁକୂଳ କରିଥାଏ । ଭଲ ଫସଲ ଅମଳର ଆଶା ରଖି କ୍ଷେତରେ ମହାଲକ୍ଷ୍ମୀଙ୍କୁ ଆରାଧନା କରିଥାଏ ଚାଷୀ । ହଳ, ଲଙ୍ଗଳ ସହ ବିଭିନ୍ନ ଚାଷ ସାମଗ୍ରୀକୁ ପୂଜା କରିଥାଏ । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟାରେ ପାଳନ ହୁଏ ଏହି ପର୍ବ । ବିଶେଷ କରି ଏହି ଦିନକୁ ବେଶ୍ ଶୁଭ ମନାଯାଏ, ଏପରିକି ଆଜିର ଦିନରେ ଯେଉଁ କାର୍ଯ୍ୟ ଆରମ୍ଭ କରାଯାଏ ତାହା କେବେ କ୍ଷୟ ହୁଏନାହିଁ ବୋଲି ବିଶ୍ବାସ ରହିଛି ।

ଏହି ଅବସରରେ ରାଜ୍ୟର ଚାଷୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀମାନେ ଆମର ଗର୍ବ ଓ ଗୌରବ । ଚାଷୀଙ୍କ ଏହି ତ୍ୟାଗର ମୂଲ୍ୟ କେହି ଦେଇପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details