ଓଡିଶା

odisha

ETV Bharat / city

ଓଡିଶାରୁ ଠକେଇ ପାଇଁ ଆକାଶ ରଚିଥିଲେ ବ୍ଲୁପ୍ରିଣ୍ଟ, ରିମାଣ୍ଡ ବେଳେ ଖୋଲିବ ବୋର୍ଡ ମେମ୍ବରଙ୍କ ଲିଷ୍ଟ - ଓଡ଼ିଶାରୁ ଠକେଇ ପାଇଁ ଆକାଶ ରଚିଥିଲେ ବ୍ଲୁପ୍ରିଣ୍ଟ

ଓଡ଼ିଶାରୁ ଠକେଇ ପାଇଁ ଆକାଶ ରଚିଥିଲେ ବ୍ଲୁପ୍ରିଣ୍ଟ । ଆକାଶଙ୍କୁ ୫ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି କୋର୍ଟ । ଏନେଇ ଶୁକ୍ରବାରଠୁ ଆକାଶଙ୍କୁ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ...

ଓଡ଼ିଶାରୁ ଠକେଇ ପାଇଁ ଆକାଶ ରଚିଥିଲେ ବ୍ଲୁପ୍ରିଣ୍ଟ
ଓଡ଼ିଶାରୁ ଠକେଇ ପାଇଁ ଆକାଶ ରଚିଥିଲେ ବ୍ଲୁପ୍ରିଣ୍ଟ

By

Published : Dec 10, 2020, 6:52 PM IST

ଭୁବନେଶ୍ବର: ନିରୀହ ଯୁବକ ଯୁବତୀଙ୍କୁ ପାଠକ ପଢାଇଥିଲେ ସ୍ବପ୍ନର ପାଠ । ଟାଟାରେ ଚାକିରି ଦେଇ ବଦଳାଇଦେବେ ସେମାନଙ୍କ ଭାଗ୍ୟ ବୋଲି ଦେଇଥିଲେ ମିଥ୍ୟା ପ୍ରତିଶ୍ରୁତି । ମାସକୁ ୩୦ ହଜାରରୁ ଆରମ୍ଭ ହେବ ଦରମା । ତା ସହିତ ରହିବ ପିଏଫ ମେଡିକ୍ଲେମ ଭଳି ସୁବିଧା । ଏଥିପାଇଁ ନେବାକୁ ପଡିବ ଟ୍ରେନିଂ । ପରେ ମିଳିବ ଚାକିରି । ହେଲେ ଚାକିରି କରିବାକୁ ହେଲେ ଏମଡିଙ୍କୁ ଦେବାକୁ ପଡିବ ମନି । ଏମିତି ଢଙ୍ଗରେ ନିରିହ ଯୁବପିଢିଙ୍କୁ ଚାକିରି ଦେବା ଆଳରେ ଚୁନା ଲଗାଇଥିବା ପାଠକ ପୁଅର ଖୋଲିବାକୁ ଯାଉଛି ଗୁମର ।

ଆକାଶଙ୍କୁ ୫ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି କୋର୍ଟ । ଏନେଇ ଶୁକ୍ରବାରଠୁ ଆକାଶଙ୍କୁ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ତେବେ ପାଠକଙ୍କ ଏପିଏ ଡେଭିଡ଼କୁ ପଚରାଉଚରା ବେଳେ ଖୋଲିଛି ଅନେକ ଗୁମର । କିପରି ଓଡ଼ିଶାରୁ ଠକେଇ ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଣ୍ଟ । ଠକ ଏମଡିଙ୍କୁ ସହଯୋଗ କରିବାକୁ ରହିଥିଲା ବୋର୍ଡ଼ ମେମ୍ବର ଟିମ । ଯିଏ କି ଯୋଜନା କରୁଥିଲେ ଠକେଇର ମାଷ୍ଟରପ୍ଲଟ । କିଭଳି ପିଲାମାନଙ୍କୁ ଯୋଗାଯୋଗ କରାଯିବ । କଲେଜ ସ୍ତରରେ ପହଞ୍ଚି କ୍ୟାମ୍ପସ ଆଳରେ ରଚୁଥିଲେ ଠକେଇର ସ୍କିମ ।

ଏଥିପାଇଁ ବୋର୍ଡ ମେମ୍ବରରେ ଥିଲେ କିଛି ଅଧ୍ୟାପକ ଓ କିଛି କୁଜି ନେତା । ଯେଉଁମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ଯାଉଛି କ୍ରାଇମବ୍ରାଞ୍ଚ ଟିମ । ରିମାଣ୍ଡ ବେଳେ କିଭଳି ନକଲି ଏମଡି ସାଜି ବୋର୍ଡ଼ ମେମ୍ବର ଜରିଆରେ ଠକେଇର ଜାଲ ବିଛାଇଥିଲେ ଓ କୋଟି କୋଟି ଟଙ୍କା ଠକିନେଇ ଅୟସ କରୁଥିଲେ ସେସବୁର ଗୋଟିଏ ପରେ ଗୋଟିଏ ଖୋଲିବ ଗୁମର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details