ଭୁବନେଶ୍ବର: ଦିନକୁ ଦିନ ଜୋର ଧରୁଛି କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ବାଇ ଲ' ବିରୁଦ୍ଧରେ ଆନ୍ଦୋଳନ । ବିଭିନ୍ନ ସଂସ୍ଥା ପକ୍ଷରୁ ବାଇ ଲ'କୁ ବିରୋଧ କରାଯିବା ସହ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଉଛି ।
ତେବେ ବାଇ ଲ'କୁ ନେଇ ପ୍ରଥମେ ଲିଙ୍ଗରାଜ ସେବାୟତଙ୍କ ବିରୋଧ ପରେ ଏବେ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ବିରୋଧ କରାଯାଇଛି । ଜନ ଜାଗରଣ ମଞ୍ଚ ଆଜି(ବୁଧବାର) ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବାଇ ଲ' ଦ୍ୱାରା ଏକାମ୍ର କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବ ବୋଲି ମଞ୍ଚର ସଭାପତି ଭୀଷ୍ମ ଚରଣ ନାୟକ ଅଭିଯୋଗ କରିଛନ୍ତି । ଏଥିସହ କ୍ଷେତ୍ରର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ପ୍ରତ୍ୟାହାର କରିନେବାକୁ ଦାବି କରିଛନ୍ତି ମଞ୍ଚର ସଭାପତି ।
ନୂଆ ବାଇ ଲ'କୁ ଏକାମ୍ର ଜାଗରଣ ମଞ୍ଚର ବିରୋଧ - ବାଇ ଲକୁ ବିରୋଧ
ବାଇ ଲ'କୁ ଲିଙ୍ଗରାଜ ସେବାୟତଙ୍କ ବିରୋଧ ପରେ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ବିରୋଧ କରାଯାଇଛି । ନୂଆ ଆଇନକୁ ପ୍ରତ୍ୟାହାର ଦାବିରେ ମଞ୍ଚ । ଅଧିକ ପଢନ୍ତୁ...
ନୂଆ ବାଇ ଲକୁ ଏକାମ୍ର ଜାଗରଣ ମଞ୍ଚର ବିରୋଧ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ