ଓଡିଶା

odisha

ETV Bharat / city

ମାର୍ଚ୍ଚ ୧୫ରେ ବିଧାନସଭା ଘେରାଉ କରିବ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ମିଳିତ ମଞ୍ଚ - ମାର୍ଚ୍ଚ ୧୫ରେ ବିଧାନସଭା ଘେରାଉ କରିବ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ମିଳିତ ମଞ୍ଚ

ଏନଟିପିସି ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦ ନିଷ୍ପତିକୁ ବିରୋଧରେ ଆସନ୍ତା ମାର୍ଚ୍ଚ ୧୫ରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ମିଳିତ ମଞ୍ଚ ବିଧାନସଭା ଘେରାଉ କରିବ । ଅଧିକ ପଢନ୍ତୁ...

AITUC
ମାର୍ଚ୍ଚ ୧୫ରେ ବିଧାନସଭା ଘେରାଉ କରିବ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ମିଳିତ ମଞ୍ଚ

By

Published : Mar 1, 2021, 8:54 PM IST

ଭୁବନେଶ୍ବର: ବିଧାନସଭା ଘେରାଉ କରିବ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ମିଳିତ ମଞ୍ଚ । ଏନଟିପିସି ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦ କରିବା ନିଷ୍ପତି ବିରୋଧରେ ଆସନ୍ତା ମାର୍ଚ୍ଚ ୧୫ରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ମିଳିତ ମଞ୍ଚ ବିଧାନସଭା ଘେରାଉ କରିବ ।

ମାର୍ଚ୍ଚ ୧୫ରେ ବିଧାନସଭା ଘେରାଉ କରିବ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ମିଳିତ ମଞ୍ଚ

କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ମିଳିତ ମଞ୍ଚ ମାର୍ଚ୍ଚ ୧୫ରେ ବିଧାନସଭା ଘେରାଉ କରିବେ। ଏନଟିପିସି ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦ କରିବାକୁ ନେଇ ମିଳିତ ମଞ୍ଚ ଏହି ନିଷ୍ପତ୍ତି ନେଇଛି । ଆଜି ଏନେଇ ଭୁବନେଶ୍ବରରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଏନଟିପିସି ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦ କରିବା ନିଷ୍ପତିକୁ ବିରୋଧ କରି ୮ ଟି ସଂଗଠନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ତାଳଚେରରେ ପ୍ରସ୍ତାବିତ ୨ଟି ନୂତନ ୬୬୦ ମେଗାୱାଟର ୟୁନିଟ ନିର୍ମାଣ ପାଇଁ ମଧ୍ୟ ମଞ୍ଚ ଦାବି କରିଛି । ଆମ ରାଜ୍ୟର ବିଦ୍ୟୁତ ଚାହିଦାକୁ ନେଇ ୧୯୬୪ ମସିହାରେ ତାଳଚେର ଥର୍ମାଲ ପ୍ଲାଣ୍ଟ ତିଆରି କରାଯାଇଥିଲା । ୧୯୯୫ରେ ଏହାକୁ ଏନଟିପିସିକୁ ଦିଆଯାଇଥିଲା । ଏହା ଦ୍ବାରା ୨୦୦୦ ଠିକା କର୍ମଚାରୀଙ୍କୁ ନିଯୁକ୍ତି ସମେତ ପାରିପାର୍ଶିକର ବିକାଶ ହୋଇପାରୁଛି । କିନ୍ତୁ ଏହାକୁ ଏବେ ପ୍ରଦୂଷଣ ଓ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଆଳ ଦେଖାଇ ବନ୍ଦ କରିବାକୁ ବସିଛନ୍ତି କର୍ତ୍ତୃପକ୍ଷ । ଖାଲି ସେତିକି ନୁହେଁ ୪ବର୍ଷ ପୂର୍ବେ ୧୦ ହଜାର କୋଟି ଟଙ୍କାର ମେଗାୱାଟ ୟୁନିଟ ଏଯାବତ ସରକାର ବି କରୁନାହାଁନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ଅପାରଗତାକୁ ନେଇ ଅନେକ କର୍ମଚାରୀ ଚାକିରୀ ବି ହରାଇଛନ୍ତି ।

ତେଣୁ କର୍ମଚାରୀ ଓ ସ୍ଥାନୀୟ ଲୋକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ଲାଣ୍ଟଟିକୁ ବନ୍ଦ ନକରି ସରକାର ନୂତନ ୟୁନିଟର କାର୍ଯ୍ୟ ଶେଷ କରନ୍ତୁ ବୋଲି ମଞ୍ଚ ଦାବି କରିଛି । ତେବେ ଆଗାମୀ ଦିନରେ ଯଦି ଏହି ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହୁଅ ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଘ କହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details