ଓଡିଶା

odisha

ETV Bharat / city

ଫନି ସହାୟତା ବିଳମ୍ବ ନେଇ ଉଠା ଦୋକାନୀଙ୍କ ବିଏମସି ଘେରାଉ - ଫନି ସହାୟତା ବିଳମ୍ବ

ବାତ୍ୟା ଫନିକୁ ଆଠ ମାସ ବିତିଥିଲେ ମଧ୍ୟ କ୍ଷୟକ୍ଷତିର ଶିକାର ହୋଇଥିବା ଉଠାଦୋକାନାଙ୍କୁ ମିଳିନାହିଁ ସହାୟତା ରାଶି । ଏହାର ପ୍ରତିବାଦ କରି ଶହସ୍ରାଧିକ ଉଠାଦୋକାନୀ କରିଛନ୍ତି ବିଏମସି ଘେରାଉ ।

aituc-agitation-infront-of-bmc
aituc-agitation-infront-of-bmc

By

Published : Jan 24, 2020, 6:09 PM IST

ଭୁବନେଶ୍ବର: ରାଜଧାନୀ ଉଠାଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସି ସମ୍ମୁଖରେ ଧାରଣା । ୨୧,୪୮୩ ଜଣ ଉଠାଦୋକାନୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ' ଫନି 'ସହାୟତା ଦେବାରେ ଅନିୟମିତତା ଏବଂ ଅଶୋକ ନଗରରେ ପ୍ରସ୍ତାବିତ ଶିଶୁ ଉଦ୍ୟାନ ସ୍ଥାନରେ ଆବର୍ଜନା ରଖିବା ଯୋଜନା ବନ୍ଦ ନେଇ ଉଠାଦୋକାନୀ ମହାସଂଘ ପକ୍ଷରୁ ଧାରଣା ଦିଆଯାଇଛି ।

ଫନି ସହାୟତା ବିଳମ୍ବ ନେଇ ଉଠା ଦୋକାନୀଙ୍କ ବିଏମସି ଘେରାଉ

୨୦୧୫ ସର୍ଭେ ଅନୁସାରେ ରାଜଧାନୀର ମୋଟ ଉଠା ଦୋକାନୀଙ୍କ ସଂଖ୍ୟା ୨୧, ୩୪୮ । ସର୍ଭେ ସଂସ୍ଥା ବିଏମସିର ପୁରା ପ୍ରାପ୍ୟ ନପାଇ ଛାଡି ଚାଲି ଯାଇଥିବାରୁ ଏହି ସର୍ଭେ ମଧ୍ୟ ପୂର୍ଣ୍ଣାଙ୍ଗ ହୋଇନାହିଁ । ଦୀର୍ଘ ୮ ମାସ ପରେ ପ୍ରାୟ ୧୧ ହଜାର ଲୋକଙ୍କୁ ସହାୟତା ମିଳିଲା ଏବଂ ଅନ୍ୟମାନେ ପାଇନାହାନ୍ତି । ବିଏମସି କର୍ମଚାରୀ ଏବଂ ପୂର୍ବତନ କର୍ପୋରେଟର ମାନଙ୍କୁ ଲାଞ୍ଚ ଦେଇ ଯେଉଁ ତାଲିକା ହୋଇଛି ତାହା ସମ୍ପୂର୍ଣ୍ଣ ଭୁଲ । ତେଣୁ ଉଠାଦୋକାନୀ ଚୟନରେ ପକ୍ଷପାତିତା ନକରି ଏକ ସ୍ବଚ୍ଛ ଚୟନ ପ୍ରକ୍ରିୟା ହେଉ ଆଉ ସହାୟତା ମିଳୁ । ଏବଂ ଅଶୋକ ନଗର ଶିଶୁ ଉଦ୍ୟାନରେ ଆବର୍ଜନା ରଖିବା ଯୋଜନା ବନ୍ଦ କରିବା ଦାବି କରି ବିଏମସି କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ବୋଲି ଭୁବନେଶ୍ବର ଉଠାଦୋକାନୀ ମହାସଂଘ ସଭାପତି ସୁର ଜେନା କହିଛନ୍ତି ।

ସେପଟେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି କି, ମୁଖ୍ୟମନ୍ତ୍ରୀ ଘୋଷଣା ଅନୁଯାୟୀ ଉଠାଦୋକାନୀଙ୍କୁ ଫୋନି ସହାୟତା ଦିଆଯାଇଛି । ଯଦି କେହି ରହିଯାଇଛି ତାର ଉପଯୁକ୍ତ ପରିଚୟ ପ୍ରମାଣପତ୍ର ଦେଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ଏବଂ ସେହି ଅଞ୍ଚଳର ଆବର୍ଜନାକୁ ରଖିବା ପାଇଁ କୌଣସି ଉପଯୁକ୍ତ ସ୍ଥାନ ସେମାନେ ଦେଖାଇଦେଲେ ଏମସିସିକୁ ସ୍ଥାନାନ୍ତରିତ କରାଯିବ ।

ସୂଚନା ଥାଉ କି ୨୦୧୯ ମେ ମାସରେ ସାମୁଦ୍ରିକ ଝଡ ଫୋନି ପ୍ରଭାବରେ ନଷ୍ଟ ହୋଇଯାଇଥିବା ଭୁବନେଶ୍ବର ଉଠାଦୋକାନୀଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ୧୦,୦୦୦ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ । ଘଟଣାକୁ ୮ ମାସ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ସମସ୍ତ ହିତାଧିକାରୀଙ୍କୁ ସହାୟତା ରାଶି ମିଳିପାରିନାହିଁ ।


ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details