ଭୁବନେଶ୍ବର: ସର୍ବଭାରତୀୟ ଛାତ୍ର ସଂଘ ପକ୍ଷ (AISF)ରୁ ମାଷ୍ଟରକ୍ୟାଣ୍ଟିନ ଠାରେ ଜଵାହାରଲାଲ ନେହେରୁ ଵିଶ୍ଵଵିଦ୍ୟାଳୟ (ଜେଏନୟୁ) ର ଵିଭିନ୍ନ ଫି ଵୃଦ୍ଧି ଓ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ପୋଲିସର ଲାଠିଚାର୍ଜ ପ୍ରତିବାଦରେ ପ୍ଲାକାର୍ଡ ପ୍ରଦର୍ଶନ କରାଯାଇଛି ।
JNU ଛାତ୍ର ଆନ୍ଦୋଳନକୁ AISFର ସମର୍ଥନ - ଦିଲ୍ଲୀ ପୋଲିସ ଆକ୍ରମଣ ବର୍ବରତା
ଜେଏନୟୁରେ ଫି' ବୃଦ୍ଧି ବୋରିଧରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ଛାତ୍ର ସଂଘ ପକ୍ଷର ସମର୍ଥନ । ରାଜଧାନୀ ଭୁବନେଶ୍ବର ଏଆଇଏସଏଫ ଛାତ୍ରଙ୍କ ପ୍ରତିବାଦ ।
ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର
ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର
ଜେଏନୟୁରେ ଫି' ବୃଦ୍ଧି ଯୋଗୁଁ ଅନେକ ମେଧାଵୀ ଛାତ୍ର ଛାତ୍ରୀ ଵିଶ୍ଵଵିଦ୍ୟାଳୟ ଶିକ୍ଷାରୁ ଵଞ୍ଚିତ ହେଵେ ଓ ଏହି ନିଷ୍ପତ୍ତି ଵିରୋଧରେ ପ୍ରତିଵାଦ କରୁଥିଵା ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ପୋଲିସ ବଳ ପୂର୍ବକ ଲାଠି ଚାର୍ଜ କରିଥିଲା । ଏଥିରେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ଓ ଅନେକ ଗିରଫ ହୋଇଛନ୍ତି ବୋଲି ଅଭିଯୋଗ କରିଛି AISF ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ