ଓଡିଶା

odisha

ETV Bharat / city

ଏୟାରପୋର୍ଟ ଟ୍ରାଜେଡି; କମିଶନରେଟ ପୋଲିସର ତଦନ୍ତ ଆରମ୍ଭ - କମିଶନରେଟ ପୋଲିସ

ଏୟାରପୋର୍ଟ ଟ୍ରାଜେଡି ନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ। ଛାତ ଭୁଷୁଡିବା ସ୍ଥାନରେ ଭୁବନେଶ୍ବର ଡିସିପି ପହଞ୍ଚି ଏ ଘଟଣାର ତଦନ୍ତ କରୁଛନ୍ତି। ଅଧିକ ପଢନ୍ତୁ...

ଏୟାରପୋର୍ଟ ଟ୍ରାଜେଡି; ତଦନ୍ତ ଆରମ୍ଭ କଲା କମିଶନରେଟ ପୋଲିସ
ଏୟାରପୋର୍ଟ ଟ୍ରାଜେଡି; ତଦନ୍ତ ଆରମ୍ଭ କଲା କମିଶନରେଟ ପୋଲିସ

By

Published : Jan 25, 2020, 2:49 PM IST

ଭୁବନେଶ୍ବର: ଏୟାରପୋର୍ଟ ଟ୍ରାଜେଡି ନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ । ଛାତ ଭୁଷୁଡିବା ସ୍ଥାନରେ ଭୁବନେଶ୍ବର ଡିସିପି ପହଞ୍ଚି ଏହାର ତଦନ୍ତ କରୁଛନ୍ତି। ଏୟାରପୋର୍ଟ ଥାନା ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କ ଉପସ୍ଥିତିର ଏ ଘଟଣାର ତଦନ୍ତ ହେଉଛି।

ଏନେଇ ଅଧିକ ତଦନ୍ତ ପାଇଁ ଷ୍ଟେଟ ଫରେନସିକ ଟିମ ଓ ଟେକ୍ନିକାଲ ଏକ୍ସପର୍ଟଙ୍କ ମତାମତ ନିଆଯିବ। ଘଟଣାରେ ଦିଲ୍ଲୀପ କନଷ୍ଟ୍ରକସନର ମାଲିକ ଦିଲ୍ଲୀପ ଖଟେଇ ଓ ଇଞ୍ଜିନିୟରଙ୍କୁ ପଚରାଉଚରା କରାଯାଉଛି। ଯେହେତୁ ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏହା ପଛର ଅବହେଳାର କାରଣ ଓ ପ୍ରୋଜେକ୍ଟ ରିପୋର୍ଟ ସହ ପ୍ରୋଜେକ୍ଟ ଡିଜାଇନ, ପ୍ରୋଜେକ୍ଟ ଡିଲ ସମସ୍ତ ତଥ୍ୟକୁ ଆଧାରକରି ତଦନ୍ତ କରାଯାଉଛି।

ଏୟାରପୋର୍ଟ ଟ୍ରାଜେଡି; ତଦନ୍ତ ଆରମ୍ଭ କଲା କମିଶନରେଟ ପୋଲିସ

ପରେ ପରିବାର ଲୋକ କିମ୍ବା ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details