ଭୁବନେଶ୍ବର: ସ୍ଥାନୀୟ ବିଜୁ ପଟ୍ଟନାୟକ ଏୟାରପୋର୍ଟ ଟ୍ରାଜେଡି ନେଇ ପ୍ରତିକ୍ରିୟା ରଖିଲେ ଏୟାରପୋର୍ଟ ନିର୍ଦ୍ଦେଶକ। ଏହି ଘଟଣାର ଉଚ୍ଚସ୍ତରୀୟ ଯାଞ୍ଚ ହେବ ବୋଲି କହିଛନ୍ତି ସେ । ଏଥିପାଇଁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଟେକନିକାଲ ଟିମ ତଦନ୍ତ କରିବେ। ସେମାନଙ୍କୁ ସହଯୋଗ କରିବେ ଭୁବନେଶ୍ବର ବିଜୁପଟ୍ଟନାୟକ ବିମାନବନ୍ଦରର ଟେକନିକାଲ ଟିମ।
ଏୟାରପୋର୍ଟ ଟ୍ରାଜେଡି: ପ୍ରତିକ୍ରିୟା ରଖିଲେ ବିମାନବନ୍ଦର ନିର୍ଦ୍ଦେଶକ - airport-roof-collapsed incident
ବିମାନବନ୍ଦର ଟ୍ରାଜେଡି ନେଇ ପ୍ରତିକ୍ରିୟା ରଖିଲେ ଏୟାରପୋର୍ଟ ନିର୍ଦେଶକ। କହିଲେ ଘଟଣାର ହେବ ଉଚ୍ଚସ୍ତରୀୟ ଯାଞ୍ଚ। ଅଧିକ ପଢନ୍ତୁ...
ଏୟାରପୋର୍ଟ ଟ୍ରାଜେଡି, ପ୍ରତିକ୍ରିୟା ରଖିଲେ ବିମାନବନ୍ଦର ନିର୍ଦ୍ଦେଶକ
ଏହାସହ ଘଟଣା ନେଇ ଥାନାରେ ଏୟାରପୋର୍ଟ ପକ୍ଷରୁ ହେବ ଅଭିଯୋଗ। ମୃତକଙ୍କ ପାଇଁ କନଷ୍ଟ୍ରକ୍ସନ କମ୍ପାନି ହିଁ ସହାୟତା ଯୋଗାଇବ। ଯାହା କଣ୍ଟ୍ରାକ୍ଟର ମାନୁଆଲ ଅନୁସାରେ ରହିଛି। ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଖୁବଶିଘ୍ର ଦୁଇ ଟର୍ମିନାଲକୁ କାମ କରୁଥିବା ବ୍ରିଜର କାମ ଆରମ୍ଭ କରାଯିବ ବୋଲି କହିଛନ୍ତି ବିମାନବନ୍ଦର ନିର୍ଦେଶକ ଭି.ଭି ରାଓ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ