ଭୁବନେଶ୍ବର: ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଛାତ କିଭଳି ପରିସ୍ଥିତିରେ ଭୁଷୁଡି ପଡିଲା ସେ ନେଇ ଆରମ୍ଭ ହୋଇଯାଇଛି ଖୋଳତାଡ। ଏହି ଏୟାରପୋର୍ଟର 2ନଂ ଟର୍ମିନାଲକୁ ଯୋଡୁଥିବା ଏହି ବ୍ରିଜ କାହାର ଅବହେଳା ପାଇଁ ଭୁଷୁଡିଲା, ତାହାର ଅନୁଧ୍ୟାନ କରାଯାଉଛି।
ଏହି ବ୍ରିଜ ନିର୍ମାଣ ପାଇଁ 83 କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ଏହି ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ଦିଲ୍ଲୀପ କନଷ୍ଟ୍ରକସନ ଦ୍ବାରା ଚାଲିଥିଲା। ଜଣାପଡିଛି ଛାତର ସେଣ୍ଟ୍ରିଂରେ ତ୍ରୁଟି ଥିବାରୁ ଏପରି ଅଘଟଣ ଘଟିଯାଇଛି।