ଓଡିଶା

odisha

ETV Bharat / city

ବିଜୁ ପଟ୍ଟନାୟକ ବିମାନବନ୍ଦର ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ - ଭୁବନେଶ୍ବର ବିମାନ ବନ୍ଦର

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ Airport Advisory body Meeting ଅନୁଷ୍ଠିତ ହୋଇଛି । ବୈଠକରେ ଯାତ୍ରୀମାନଙ୍କ ସନ୍ତୁଷ୍ଟି, ବିମାନ ବନ୍ଦର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ଅଧିକ ପଢନ୍ତୁ...

ବିଜୁ ପଟ୍ଟନାୟକ ବିମାନବନ୍ଦର ପରାମର୍ଶଦାତା କମିଟି ବୈଠକ
ବିଜୁ ପଟ୍ଟନାୟକ ବିମାନବନ୍ଦର ପରାମର୍ଶଦାତା କମିଟି ବୈଠକ

By

Published : Aug 17, 2021, 7:19 PM IST

ଭୁବନେଶ୍ବର: ବିଜୁ ପଟ୍ଟନାୟକ ବିମାନବନ୍ଦର ପରାମର୍ଶଦାତା କମିଟି (AAC) ବୈଠକ ଅନୁଷ୍ଠିତ ହୋଇଛି । ବିମାନ ବନ୍ଦରରେ ଇଣ୍ଟିଗ୍ରେଟେଡ୍ ଅଫିସ୍ କମ୍ପ୍ଲେକ୍ସର ସମ୍ମିଳନୀ ହଲରେ ଅନୁଷ୍ଠିତ ହୋଇଛି ବୈଠକ । ବିମାନ ବନ୍ଦର ନିର୍ଦ୍ଦେଶକ, ସାଂସଦ ଅପରାଜିତା ଷଡଙ୍ଗୀ, କଲେକ୍ଟରେଟ୍ ଖୋର୍ଦ୍ଧା, ପୋଲିସ କମିଶନର, ନିର୍ଦ୍ଦେଶକ ପର୍ଯ୍ୟଟନ, ବିଏମସି କମିଶନର, ଇଣ୍ଡିଗୋ, ଏୟାର ଇଣ୍ଡିଆ, ଭିସ୍ତାରା, ଏୟାର ଏସିଆର ବିଭିନ୍ନ ବିଭାଗର ପ୍ରତିନିଧୀଙ୍କୁ ନେଇ ବୈଠକ କରଯାଇଛି । ଏଥିରେ ପୂର୍ବତନ ସଦସ୍ୟମାନେ ମଧ୍ୟ ଯୋଗ ଦେଇଛନ୍ତି ।

ବିଜୁ ପଟ୍ଟନାୟକ ବିମାନବନ୍ଦର ପରାମର୍ଶଦାତା କମିଟି ବୈଠକ

ବୈଠକରେ ବିମାନବନ୍ଦରରେ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଛି । ବର୍ତ୍ତମାନ ବିମାନବନ୍ଦରରେ ଟ୍ରାଫିକ୍, ଯାତ୍ରୀ ସୁବିଧା ଏବଂ ବିଭିନ୍ନ ବିଷୟରେ AACର ବିକାଶ କାର୍ଯ୍ୟ ଚାଲିଛି । ଏଠାରେ ସୁବିଧାଜନକତା, ସୌନ୍ଦର୍ଯ୍ୟକରଣ, କାର ପାର୍କିଂ ଅଞ୍ଚଳରେ ଚା ଦୋକାନ ଯୋଗାଇବା, ଲିଙ୍ଗରାଜ ଓ ଜଗନ୍ନାଥଙ୍କ ଶୁଖିଲା ଭୋଗ ଏବଂ ଫୋଟୋ ଟର୍ମିନାଲରେ ବିକ୍ରୟ ପାଇଁ ଆଲୋଚନା ହୋଇଛି । ଯାହାଫଳରେ ଏହା ଓଡିଶା ସଂସ୍କୃତିକୁ ପ୍ରୋତ୍ସାହିତ କରିବ । ଏଥିସହ ବିମାନବନ୍ଦରରୁ 80 ପ୍ରତିଶତ ବିମାନ ଚଳାଚଳ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏୟାରଲାଇନ୍ସକୁ ନୂତନ ଗନ୍ତବ୍ୟସ୍ଥଳ ସହିତ ସଂଯୋଗ ପାଇଁ ଏବଂ ଭୁବନେଶ୍ବରରୁ ଆନ୍ତର୍ଜାତୀୟ ବିମାନ ଚଳାଚଳ କରିବାକୁ ଦିଗରେ ମଧ୍ୟ ଆଲୋଚନା କରାଯାଇଛି । ଏଣୁ ବିମାନ ଚଳାଚଳର ବର୍ତ୍ତମାନର କ୍ୟାପିଂକୁ 72.5% ରୁ 80% କୁ ବୃଦ୍ଧି କରିବାକୁ ଏୟାରଲାଇନ୍ସ ଚେୟାରମ୍ୟାନ୍ ଅନୁରୋଧ କରିଛନ୍ତି ।

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରର ଅଧ୍ୟକ୍ଷା ଅପରାଜିତା ଷଡଙ୍ଗୀ ବୈଠକରେ ଏୟାରପୋର୍ଟର ସମସ୍ତ ବିଷୟ ବସ୍ତୁକୁ ବ୍ୟାପକ ଭାବେ ଅନୁଧ୍ୟାନ କରିବା ସହ ଏହାର ଉନ୍ନତି କରଣ ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details