ଓଡିଶା

odisha

ETV Bharat / city

ବାୟୁ ପ୍ରଦୂଷଣ ବଳୟରେ ଓଡିଶାର 6 ପ୍ରମୁଖ ସହର - ବାୟୁ ପ୍ରଦୂଷଣ ବଳୟ ଭିତରେ ଓଡ଼ିଶା

ବାୟୁ ପ୍ରଦୂଷଣ ବଳୟ ଭିତରେ ଓଡିଶା । ବାୟୁ ପ୍ରଦୂଷଣ ନେଇ ଗ୍ରୀନପିସ ଏକ ତାଲିକା ପ୍ରସ୍ତୁତ ହୋଇଛି । ଏଥିରେ ଓଡିଶାର 6ଟି ପ୍ରମୁଖ ସହର ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବାୟୁ ପ୍ରଦୂଷଣ ବଳୟ ଭିତରେ ଓଡ଼ିଶାର 5ଟି ପ୍ରମୁଖ ସହର
ବାୟୁ ପ୍ରଦୂଷଣ ବଳୟ ଭିତରେ ଓଡ଼ିଶାର 5ଟି ପ୍ରମୁଖ ସହର

By

Published : Jan 22, 2020, 9:57 PM IST

Updated : Feb 5, 2020, 5:39 PM IST

ଭୁବନେଶ୍ବର: ବାୟୁ ପ୍ରଦୂଷଣ ବଳୟ ଭିତରେ ଓଡ଼ିଶାର ପ୍ରମୁଖ 100ଟି ସହର ମଧ୍ୟରେ 6 ସହର ତାଲିକାରେ ଅଛି । ସେ ସହର ଗୁଡିକ ମଧ୍ୟରୁ ତାଲିକାର ଶୀର୍ଷରେ ପାରାଦୀପ ରହିଛି । ଏହାପଛକୁ ଯାଜପୁର କଳିଙ୍ଗ ନଗର ଥିବା ବେଳେ ରାଉରକେଲା ପରେ କଟକ ଓ ତାପରେ ରହିଛି ତାଳଚେର, ଝାରସୁଗୁଡା । ବାୟୁ ପ୍ରଦୂଷଣ ନେଇ ଗ୍ରୀନପିସ ଏକ ତାଲିକା ପ୍ରସ୍ତୁତ କରିଛି । ତାଲିକାର 79 ତମ ସ୍ଥାନରେ ରହିଛି ପାରାଦୀପ ।

ବାୟୁ ପ୍ରଦୂଷଣ ବଳୟ ଭିତରେ ଓଡ଼ିଶାର 5ଟି ପ୍ରମୁଖ ସହର

ସେପଟେ ଡିସେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ ପ୍ରକାଶ ପାଇଛି । ନିକଟରେ ପ୍ରକାଶିତ ହୋଇଥିବା ଏହି ରେଟିଙ୍ଗ ଅନୁସାରେ ରାଜ୍ୟର ୭୩ ଟି ଶିଳ୍ପାନୁଷ୍ଠାନର ପରିବେଶ ପାରଦର୍ଶିତା ଧାର୍ଯ୍ୟ ମାନକ ଠାରୁ କମ ରହିଥିବାର ଜଣାପଡିଛି । ଡିସେମ୍ବର ମାସର ରେଟିଙ୍ଗ ପ୍ରକ୍ରିୟାରେ ୧୦୭ଟି ଶିଳ୍ପାନୁଷ୍ଠାନକୁ ସାମିଲ ହୋଇଥିଲେ । ଏହି ଶିଳ୍ପାନୁଷ୍ଠାନ ଗୁଡିକ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ଚିହ୍ନିତ ୧୭ ପ୍ରକାରର ଅତ୍ୟଧିକ ପ୍ରଦୂଷଣ ପ୍ରବଣ ଶିଳ୍ପାନୁଷ୍ଠାନ ମଧ୍ୟରେ ଅନ୍ତର୍ଭୁକ୍ତ । ୧୦୭ ଟି ଶିଳ୍ପାନୁଷ୍ଠାନ ମଧ୍ୟରୁ କେବଳ ୨୫ ଟି ଶିଳ୍ପାନୁଷ୍ଠାନକୁ ୫ ଷ୍ଟାର ମାନ୍ୟତା ମିଳିଥିବା ବେଳେ ୬ଟି ଶିଳ୍ପାନୁଷ୍ଠାନକୁ ୪ ଷ୍ଟାର ଓ ଗୋଟିଏ ଶିଳ୍ପାନୁଷ୍ଠାନକୁ ୨ଷ୍ଟାର ମାନ୍ୟତା ମିଳିଛି। ବାକି ୭୩ଟି ଶିଳ୍ପାନୁଷ୍ଠାନ ୧ ଷ୍ଟାର ମାନ୍ୟତା ପାଇଛନ୍ତି ।

‘କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ’ ଦ୍ବାରା ଚିହ୍ନିତ ୧୭ ପ୍ରକାରର ଅତ୍ୟଧିକ ପ୍ରଦୂଷଣ ପ୍ରବଣ ଶିଳ୍ପାନୁଷ୍ଠାନ ମଧ୍ୟରେ ଓଡିଶାରେ ୧୩୦ରୁ ଊର୍ଦ୍ଧ୍ବ ଶିଳ୍ପାନୁଷ୍ଠାନ ରହିଛନ୍ତି । ଡିସେମ୍ବର ମାସର ରେଟିଙ୍ଗ ଅନୁସାରେ ସମନ୍ବିତ ଇସ୍ପାତ ( ଇଣ୍ଟେଗ୍ରେଟେଡ ଷ୍ଟିଲ) ଶିଳ୍ପାନୁଷ୍ଠାନ ଗୁଡିକ ମଧ୍ୟରୁ ୭୦ ପ୍ରତିଶତ ଶିଳ୍ପାନୁଷ୍ଠାନ ୧ ଷ୍ଟାର ମାନ୍ୟତା ପାଇଛନ୍ତି । ରାଉରକେଲା ଶିଳ୍ପାଞ୍ଚଳର ୩୦ଟି ଶିଳ୍ପାନୁଷ୍ଠାନ ଏହି ରେଟିଙ୍ଗ ପ୍ରକ୍ରିୟାରେ ଭାଗ ନେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୨୩ଟି ଶିଳ୍ପାନୁଷ୍ଠାନକୁ ୧ ଷ୍ଟାର ମାନ୍ୟତା ମିଳିଛି ।

ଓଡିଶାର ପ୍ରମୁଖ ଶିଳ୍ପାନୁଷ୍ଠାନ ଗୁଡିକରୁ ମିଳୁଥିବା ନିରନ୍ତର ନିର୍ଗମନ ତଥ୍ୟ ଅନୁସାରେ ଓଡିଶା ଷ୍ଟାର ରେଟିଙ୍ଗ ମାନ୍ୟତା ପ୍ରସ୍ତୁତ କରାଯାଇଥାଏ। ଏହା ପ୍ରତି ମାସରେ ଗଣନା କରାଯାଏ । ଏହା ଶିଳ୍ପାନୁଷ୍ଠାନମାନଙ୍କର ପରିବେଶ ପାରଦର୍ଶିତା ବୃଦ୍ଧି କରିବା ଦିଗରେ ଲକ୍ଷ୍ୟ ରଖିଛି । ୨୦୧୮ ମସିହା ସେପ୍ଟେମ୍ବର ମାସରେ ଏହି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଥିଲା।

ଦୁଇଟି ଜିନିଷକୁ ହିସାବକୁ ନେଇ ଓଡିଶା ଷ୍ଟାର ରେଟିଙ୍ଗ ଗଣନା କରାଯାଇଥାଏ। ସେଗୁଡିକ ହେଲା ପ୍ରଦୂଷଣ ତଥ୍ୟର ଉପଲବ୍ଧତା ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ଧାର୍ଯ୍ୟମାନକ ଠାରୁ ଏହି ଉପଲବ୍ଧ ତଥ୍ୟ କେତେ ପରିମାଣରେ ଅଧିକ । ଗତ ଫନି ମହାବାତ୍ୟା ପରେ ତଥ୍ୟ ଉପଲବ୍ଧତା ବାଧା ପ୍ରାପ୍ତ ହୋଇଥିବାରୁ ଏହି ରେଟିଙ୍ଗ ଗଣନାକୁ ମେ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସାମୟିକ ଭାବେ ସ୍ଥଗିତ ରଖା ଯାଇଥିଲା । ଏହି ସମସ୍ୟାର ସମାଧାନ ପରେ ଅକ୍ଟୋବର ମାସରୁ ରେଟିଙ୍ଗ ଗଣନା ପୁନର୍ବାର ଆରମ୍ଭ ହୋଇଥିଲା। ୨୦୧୯ ମସିହା ଅକ୍ଟୋବର ମାସରେ ଏହି ରେଟିଙ୍ଗ ପ୍ରକ୍ରିୟାରେ ୪୩ଟି ଶିଳ୍ପାନୁଷ୍ଠାନ ସାମିଲ ହୋଇଥିବା ବେଳେ ଶିଳ୍ପାନୁଷ୍ଠାନମାନଙ୍କ ସଂଖ୍ୟା ନଭେମ୍ବରରେ ୮୧କୁ ଓ ଡିସେମ୍ବରରେ ୧୦୭କୁ ବୃଦ୍ଧି ପାଇଥିଲା । ଏସମ୍ପର୍କରେ ମତ ଦେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ବାଳ କହିଛନ୍ତି ରାଜ୍ୟର ସମସ୍ତ ଅତ୍ୟଧିକ ପ୍ରଦୂଷଣ ପ୍ରବଣ ଶିଳ୍ପାନୁଷ୍ଠାନକୁ ମାର୍ଚ୍ଚ ମାସ ସୁଦ୍ଧା ଏହି ରେଟିଙ୍ଗ ପ୍ରକ୍ରିୟାରେ ସାମିଲ କରିବା ପାଇଁ ବୋର୍ଡ ଲକ୍ଷ୍ୟ ରଖିଛି । ପ୍ରଦୂଷଣ ତଥ୍ୟର ସାର୍ଵଜନୀକରଣ ଶିଳ୍ପାନୁଷ୍ଠାନ ଗୁଡିକୁ ନିଜର ପରିବେଶ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ପ୍ରେରିତ କରିବ । ଏହା ସେମାନଙ୍କ ଭିତରେ ଏକ ସୁସ୍ଥ ପ୍ରତିଦ୍ବନ୍ଦିତା ମୂଳକ ବାତାବରଣ ସୃଷ୍ଟି କରିବା ସହ ଶିଳାନୁଷ୍ଠାନଗୁଡିକର ନିର୍ଗମନକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହେଵ ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏହି ପଦକ୍ଷେପ ଦେଶରେ ପ୍ରଥମ ପଦକ୍ଷେପ । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ମତ ରଖି ଚିକାଗୋ ବିଶ୍ବବିଦ୍ୟାଳୟ ସ୍ଥିତ ‘ଏନର୍ଜି ପଲିସି ଇନଷ୍ଟିଟ୍ୟୁଟ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେନ ଲି କହିଛନ୍ତି ଯେ ଓଡିଶା ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମ କେବଳ ଶିଳ୍ପାନୁଷ୍ଠାନ ଓ ଜନସାଧାରଣଙ୍କୁ ସଚେତନ କରିବ ନାହିଁ । ଶିଳ୍ପାନୁଷ୍ଠାନଗୁଡିକୁ ଉତ୍ତରଦାୟୀ ଭାବେ ନିର୍ଗମନ କମ କରିବା ଦିଗରେ ଏହି କାର୍ଯ୍ୟକ୍ରମ ପ୍ରେରିତ କରିବ । ଚିକାଗୋ ବିଶ୍ବବିଦ୍ୟାଳୟ ସ୍ଥିତ ଟାଟା ସେଣ୍ଟର ଫର ଡେଭଲପମେଣ୍ଟ ଏବଂ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟର ଗବେଷକମାନେ ଏହି କାର୍ଯ୍ୟକ୍ରମର କ୍ରିୟାନ୍ବୟନ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ସହାୟତା ପ୍ରଦାନ କରୁଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Feb 5, 2020, 5:39 PM IST

ABOUT THE AUTHOR

...view details