ଭୁବନେଶ୍ବର: ଦିଲ୍ଲୀ ଏମ୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ 93 ଲକ୍ଷ 89 ହଜାର ଟଙ୍କା ପ୍ରଦାନ କରାଯାଇଛି । ଫନି ପରବର୍ତ୍ତୀ ପୁନଃରୁଦ୍ଧାର ଓ ଥଇଥାନ ପାଇଁ ଏହି ଟଙ୍କାକୁ ବ୍ୟବହାର କରାଯିବ ।
ଫନି ସହାୟତା ଦେଲା ଦିଲ୍ଲୀ ଏମ୍ସ, ଦିନକର ଦରମା ଦେଲେ କର୍ମଚାରୀ - ଦିଲ୍ଲୀ ଏମ୍ସ ପକ୍ଷରୁ 93 ଲକ୍ଷ 89 ହଜାର ଟଙ୍କା ପ୍ରଦାନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀ ଏମ୍ସ ପକ୍ଷରୁ 93 ଲକ୍ଷ 89 ହଜାର ଟଙ୍କା ପ୍ରଦାନ କରାଯାଇଛି । ଫନି କ୍ଷତିଗ୍ରସ୍ତଙ୍କ ନିମନ୍ତେ ଏହି ଅର୍ଥ ପ୍ରଦାନ କରାଯାଇଛି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫନି କ୍ଷତିଗ୍ରସ୍ତଙ୍କ ପାଇଁ ଦିଲ୍ଲୀ ଏମ୍ସର କର୍ମଚାରୀମାନେ ଦିନକର ଦରମା ଦେଇଥିଲେ । ଯାହାକୁ ଏମ୍ସ ନିର୍ଦ୍ଦେଶକ ଆଜି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ସହାୟତା ଓ ଜଗା-କାଳିଆଙ୍କ ଚିକିତ୍ସାପାଇଁ ଏମ୍ସ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।