ଓଡିଶା

odisha

By

Published : Apr 8, 2020, 10:25 AM IST

ETV Bharat / city

ରାଜ୍ୟର ପ୍ରଥମ କୋରୋନା ମୃତ୍ୟୁ, ଏମ୍ସ ଜାରି କଲା ପ୍ରେସ ବିଜ୍ଞପ୍ତି

ଏମ୍ସରେ ରାଜ୍ୟର ପ୍ରଥମ କୋରୋନା ମୃତ୍ୟୁ ପରେ ଏମ୍ସ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଅଧିକ ପଢନ୍ତୁ...

AIIMS press release
ରାଜ୍ୟର ପ୍ରଥମ କୋରୋନା ମୃତ୍ୟୁ, ଏମ୍ସ ଜାରି କଲା ପ୍ରେସ ବିଜ୍ଞପ୍ତି

ଭୁବନେଶ୍ବର: ଏମ୍ସରେ ରାଜ୍ୟର ପ୍ରଥମ କୋରୋନା ମୃତ୍ୟୁ ପରେ ଏମ୍ସ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ, ଏପ୍ରିଲ 4 ତାରିଖ ରାତି ଗୋଟାଏରେ 72ବର୍ଷୀୟ ବୃଦ୍ଧ ଏମ୍ସରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ତାଙ୍କୁ ଜ୍ବର ଥିଲା ଏବଂ ଶ୍ଵାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରୁଥିଲେ ।

ରାଜ୍ୟର ପ୍ରଥମ କୋରୋନା ମୃତ୍ୟୁ, ଏମ୍ସ ଜାରି କଲା ପ୍ରେସ ବିଜ୍ଞପ୍ତି

କୋରୋନା ଆକ୍ରାନ୍ତ ସନ୍ଦେହରେ ତାଙ୍କୁ ତୁରନ୍ତ ସଙ୍ଗରୋଧ କକ୍ଷକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଅକ୍ସିଜେନ ଯୋଗାଇ ଦିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଏପ୍ରିଲ 6 ତାରିଖରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ଏସବୁ ପ୍ରକାର ଚିକିତ୍ସା ସତ୍ତ୍ବେ ତାଙ୍କର ମୃତ୍ୟୁ ହୋଇଛି । ଏପ୍ରିଲ 6 ତାରିଖରେ ତାଙ୍କର ରକ୍ତ ନମୂନା ସଂଗ୍ରହ କରାଯାଇଥିଲା । ପରେ ତାଙ୍କର ସ୍ବାବ ପରୀକ୍ଷାରୁ ସେ କୋଭିଡ -୧୯ ପଜେଟିଭ୍‌ ବୋଲି ଜଣାପଡିଥିଲେ ।

ପୁନର୍ବାର ତାଙ୍କର ରକ୍ତ ନମୂନା ଆରଏମଆରସିକୁ ପଠାଯାଇଥିଲା । ପରେ ଏପ୍ରିଲ 7ତାରିଖରେ ପୁନର୍ବାର ସେ କୋରୋନା ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଥିଲା । ସେପଟେ ସୂର୍ଯ୍ୟନଗର କୋରୋନା ଆକ୍ରାନ୍ତ ଏବେ ଭେଣ୍ଟିଲେଟର ସହାୟତାରେ ରହିଛନ୍ତି । ଯଦିଓ ତାଙ୍କ ଅବସ୍ଥାରେ ଉନ୍ନତି ଦେଖାଦେଇଛି କିନ୍ତୁ ସେ ସମ୍ପୂର୍ଣ୍ଣ ବିପଦରୁ ମୁକ୍ତ ନୁହଁନ୍ତି ବୋଲି ଭୁବନେଶ୍ବର ଏମ୍ସ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details