ଭୁବନେଶ୍ବର:କୋରୋନା ମହାମାରୀ ପାଇଁ ଏମ୍ସରେ ଓପିଡ଼ି ବନ୍ଦ ରହିଥିଲା । ଏବେ ଆସନ୍ତା ନଭେମ୍ବର ମାସ 2 ତାରିଖରୁ ପୁନଃସେବା ଆରମ୍ଭ କରାଯିବ । ଯାହା ଏକ ସପ୍ତାହରେ ପ୍ରତି ବିଭାଗରେ 30 ଜଣ ରୋଗୀଙ୍କ ପାଇଁ ସୀମିତ ରଖାଯିବ ।
କୋଭିଡ ମହାମାରୀ ପାଇଁ ଗତ ଜୁଲାଇ 10 ତାରିଖରୁ ବନ୍ଦ ରହିଥିଲା ଏମ୍ସର ଓପିଡ଼ି । ତେବେ ଏମ୍ସରେ ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର 2 ତାରିଖରେ ଓପିଡ଼ି ସେବା ପୁନର୍ବାର ଆରମ୍ଭ କରାଯିବା ନିଷ୍ପତ୍ତି ନେଇଛନ୍ତି ଏମ୍ସ କର୍ତ୍ତୃପକ୍ଷ ।