ଓଡିଶା

odisha

ETV Bharat / city

ଡ୍ରେନରେ ଭାସି ଛାତ୍ରର ମୃତ୍ୟୁ, ପରିବାରକୁ କ୍ଷତିପୂରଣ ଦାବିରେ AIDSOର ବିକ୍ଷୋଭ ପ୍ରଦର୍ଶନ - ଦଶମ ଶ୍ରେଣୀ ଛାତ୍ର ମୃତ୍ୟୁ

ମୁକୁଳା ଡ୍ରେନରେ ଭାସି ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ମୃତ ଜ୍ୟୋତିପ୍ରକାଶଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଏଆଇଡିଏସଓ । ଅଧିକ ପଢନ୍ତୁ...

ଡ୍ରେନରେ ଭାସି ଛାତ୍ରର ମୃତ୍ୟୁ; ପରିବାରକୁ କ୍ଷତିପୂରଣ ଦାବିରେ AIDSOର ବିକ୍ଷୋଭ ପ୍ରଦର୍ଶନ
ଡ୍ରେନରେ ଭାସି ଛାତ୍ରର ମୃତ୍ୟୁ; ପରିବାରକୁ କ୍ଷତିପୂରଣ ଦାବିରେ AIDSOର ବିକ୍ଷୋଭ ପ୍ରଦର୍ଶନ

By

Published : Sep 21, 2021, 8:51 AM IST

ଭୁବନେଶ୍ବର:ଦଶମ ଶ୍ରେଣୀ ଛାତ୍ର ମୁକୁଳା ଡ୍ରେନରେ ଭାସିଯାଇ ମୃତ୍ୟୁବରଣ କରିବା ଘଟଣାରେ ରାଜରାସ୍ତାକୁ ଓହ୍ଲାଇଲା ଏଆଇଡିଏସଓ । ସୂଚନାନୁସାରେ ରବିବାର ଅପରାହ୍ନରେ ରାଜଧାନୀ ଭୁବନେଶ୍ବର ସ୍ଥିତ ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରା ମୁକୁଳା ଡ୍ରେନରେ ଭାସିଯାଇ ମୃତ୍ୟୁବରଣ କରିବା ଘଟଣାର ଦୃଢ ପ୍ରତିବାଦ କରି ଆଜି (ସୋମବାର) ଏଆଇଡିଏସଓ (AIDSO) ଭୁବନେଶ୍ବରର ସିଟି କମିଟି ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଡ୍ରେନରେ ଭାସି ଛାତ୍ରର ମୃତ୍ୟୁ; ପରିବାରକୁ କ୍ଷତିପୂରଣ ଦାବିରେ AIDSOର ବିକ୍ଷୋଭ ପ୍ରଦର୍ଶନ

ତେବେ ସଙ୍ଗଠନ ପକ୍ଷରୁ ମୃତ୍ୟୁ ବରଣ କରିଥିବା ଛାତ୍ରଙ୍କ ପରିବାରକୁ ସର୍ବନିମ୍ନ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଯୋଗାଇ ଦେବା ସହିତ ବର୍ଷ ବର୍ଷ ଧରି ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଥିବା ଡ୍ରେନଗୁଡ଼ିକ ପାଇଁ ଦାୟୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଖୁବଶୀଘ୍ର ଡ୍ରେନଗୁଡ଼ିକର ମରାମତି କରି ସେଗୁଡିକୁ ଢାଙ୍କିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି ।

ସେପଟେ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହିତ ବିଏମସି କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁଁ ସ୍ବଳ୍ପ ବର୍ଷାରେ ଭୁବନେଶ୍ବର ଉବୁଟୁବୁ ହେବା ସହିତ ପ୍ରତିବର୍ଷ ଜୀବନହାନି ହେଉଥିବା ନେଇ କ୍ଷୋଭ ପ୍ରକାଶ କରିଛି । ତେବେ ଏହି ସମସ୍ୟାର ତୁରନ୍ତ ସମାଧାନ କରା ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details