ଭୁବନେଶ୍ବର: ଗତକାଲି(ରବିବାର) ରାତିରେ ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ଅଜଣା ବ୍ୟକ୍ତିମାନେ ଆକ୍ରମଣ କରିଛନ୍ତି । ଯାହାକୁ ବିରୋଧ କରି ବାମପନ୍ଥୀ ଦଳ । ଏବିଭିପି ଓ ଏବିଭିପି ବାମପନ୍ଥୀ ଛାତ୍ରସଙ୍ଗଠନ ଉପରେ ଆରୋପ ଓ ପ୍ରତ୍ୟାରୋପ ଲଗାଇବାରେ ଲାଗିଛନ୍ତି । ଏହା ଏବେ ରାଜନୀତିର ରୂପ ଧାରଣ କରିଥିବାବେଳେ, ଏହାର ପ୍ରତିବାଦ ଭୁବନେଶ୍ବରରେ ପ୍ରଦର୍ଶନ କରାଯାଉଛି ।
ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣା: ଏଆଇଡିଏସଓ ପକ୍ଷରୁ ବିରୋଧ ପ୍ରଦର୍ଶନ - ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ
ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣକୁ ଏଆଇଡିଏସଓ ପକ୍ଷରୁ ରମାଦେବୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିରୋଧ କରାଯାଉଛି । ଅଧିକ ପଢନ୍ତୁ...
ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣା
ଏଆଇଡିଏସଓ (ଅଲ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ)ପକ୍ଷରୁ ସ୍ଥାନୀୟ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏହି ଆକ୍ରମଣ ଛାତ୍ରଛାତ୍ରୀଙ୍କ ସ୍ବରକୁ ବନ୍ଦ କରାଯିବା ପାଇଁ କରାଯାଉଥିବା ଭୁବନେଶ୍ବର ଜୋନ ସମ୍ପାଦକ ସ୍ବସ୍ତି ସଂଗୀତା ଦଳାଇ ଅଭିଯୋଗ କରିଛନ୍ତି । ଏହା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯିବ ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ