ଓଡିଶା

odisha

ETV Bharat / city

ବିଶ୍ବ ଏଡସ ଦିବସକୁ ନେଇ କେନ୍ଦ୍ରୀୟ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ - ବିଶ୍ବ ଏଡସ ଦିବସ

ରବିବାର ସମଗ୍ର ବିଶ୍ବ ପାଳିବ ବିଶ୍ବ ଏଡସ ଦିବସ । ଏହାପୂର୍ବରୁ ରାଜଧାନୀ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-6ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ହୋଇଛି ସଚେତନତା କାର୍ଯ୍ୟକ୍ରମ ।

_aids awareness
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Nov 30, 2019, 5:16 PM IST

ଭୁବନେଶ୍ବର: ସାରା ବିଶ୍ବରେ ଏଡସ ଏକ ଦୁରାରୋଗ୍ୟ ଭାବେ ପରିଚିତ । ବର୍ତ୍ତମାନ ସମୟରେ ବିଶ୍ବରେ ପାଖାପାଖି 4 କୋଟି ଲୋକ ଏହି ରୋଗରେ ଆକ୍ରାନ୍ତ । ଆଜିର ଏକବିଂଶ ଶତାବ୍ଦୀରେ ଏହିଭଳି ରୋଗ ପ୍ରତି ଲୋକମାନଙ୍କ ନିକଟରେ ସଚେତନତା ସୃଷ୍ଟି ହୋଇପାରିଲେ ଏହାର ଭୟାବହତା କମିବା ସହିତ ସୁସ୍ଥ ସମାଜ ସୃଷ୍ଟି ହୋଇପାରିବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଆସନ୍ତାକାଲି (ରବିବାର) ସାରା ବିଶ୍ବ ପାଳିବ ଏଡସ ଦିବସ । ଏହା ପୂର୍ବରୁ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ-6ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଏଡସ୍ ବିଷୟରେ ପିଲାମାନଙ୍କୁ ଅଧିକ ଜଣାଇବା ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା, ପେଣ୍ଟିଂ, ପ୍ରବନ୍ଧ, ସ୍ଲୋଗାନ, ବକ୍ତୃତା ଆଦି ଆୟୋଜନ କରାଯାଇଥିଲା । ଖାଲି ସେତିକି ନୁହେଁ ନାଟକ ମାଧ୍ୟମରେ ମଧ୍ୟ ଏହାର ସମାଜ ପ୍ରତି ଥିବା କୁ-ପ୍ରଭାବ ସମ୍ପର୍କରେ ପିଲାମାନଙ୍କୁ ଅବଗତ କରାଯାଇଥିଲା ।

ଏପରି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଆଗାମୀ ଯୁବପୀଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ । ସେହିପରି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପରାମର୍ଶ ଗ୍ରହଣ କରିବା ସହିତ ନିଜ ଆଖପାଖର ଲୋକଙ୍କ ମଧ୍ୟରେ ଏହି ବାର୍ତ୍ତା ବାଣ୍ଟିଲେ ସମାଜର ଆହୁରି ଅଧିକ ଲୋକ ସଚେତନ ହୋଇପାରିବେ ବୋଲି ଜଣେ ଛାତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details