ଭୁବନେଶ୍ବର:ୟୁକ୍ରେନରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଭାରତରେ ଶିକ୍ଷାଗତ ସୁଯୋଗର ସୁବିଧା ଯୋଗାଇଦେବା ପାଇଁ All INDIA COUNCIL FOR TECHNICAL EDUCATION ପକ୍ଷରୁ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଏବଂ AICTE ଅନୁମୋଦିତ ସଂସ୍ଥାଗୁଡ଼ିକର ସମସ୍ତ ନିର୍ଦ୍ଦେଶକଙ୍କୁ ଚିଠି ।
ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ସୁଯୋଗ ଦେବାକୁ AICTEର ଚିଠି - ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ସୁଯୋଗ ପାଇଁ ଦାବି
ୟୁକ୍ରେନରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଭାରତରେ ଶିକ୍ଷାଗତ ସୁଯୋଗର ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ
ୟୁକ୍ରେନରୁ ପ୍ରାୟ 20,000 ଭାରତୀୟ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଲାଗିରହି ଥିବାବେଳେ ଦେଶକୁ ଫେରିଛନ୍ତି ହଜାର ହଜାର ଛାତ୍ରଛାତ୍ରୀ । ସେମାନେ ୟୁକ୍ରେନର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ମେଡିକାଲ ଓ ଇଞ୍ଜିନିୟରିଂ ଇତ୍ୟାଦି ପାଠ୍ୟକ୍ରମରେ ପାଠ ପଢୁଥିଲେ । ଯୁଦ୍ଧ ସମୟରେ ଦେଶରେ ସେମାନଙ୍କର ଶିକ୍ଷାଗତ ଭବିଷ୍ୟତ ଅନିଶ୍ଚିତତା ମଧ୍ୟ ଠେଲିହୋଇ ଯାଇଥିବାରୁ ଏହି ସମସ୍ତ ଛାତ୍ରଛାତ୍ରୀ ନିରାଶା ହୋଇଯାଇଛନ୍ତି । ତେଣୁ ବୈଷୟିକ କଲେଜ ଓ ମେଡ଼ିକାଲ କଲେଜଗୁଡିକରେ ଉପଲବ୍ଧ ଖାଲି ସିଟ୍ ରହିଥିଲେ ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀଙ୍କୁ ଭାରତରେ ଅଧ୍ୟୟନ ଜାରି ରଖିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ