ଭୁବନେଶ୍ବର: ପୁନଃଗଠିତ ହୋଇଛି ଓଡିଶା କଂଗ୍ରେସର ଗଣମାଧ୍ୟମ ଓ ଯୋଗାଯୋଗ କମିଟି । ନୂଆ କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ଗଣେଶ୍ୱର ବେହେରା । ସେହିପରି ସତ୍ୟ ପ୍ରକାଶ ନାୟକଙ୍କୁ ଆବାହକ ନିଯୁକ୍ତି ମିଳିଛି । ଏହି କମିଟିରେ 20 ଜଣ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି ।
2019 ନିର୍ବାଚନ ପରେ ଅକାମି ହୋଇଥିବା କଂଗ୍ରେସର ଗଣମାଧ୍ୟମ ଓ ଯୋଗାଯୋଗ କମିଟି ପୁନଃଗଠିତ ହୋଇଛି । କଂଗ୍ରେସ ଅଧ୍ୟକ୍ଷ ମୋହର ମାରିବା ପରେ ସୋମବାର ଏନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଗଣେଶ୍ୱର ବେହେରା ଅଧ୍ୟକ୍ଷ ଓ ସତ୍ୟ ପ୍ରକାଶ ନାୟକ ଆବାହକ ନିଯୁକ୍ତ ହୋଇଛନ୍ତି । କମିଟିରେ 20 ଜଣ ସଦସ୍ୟ ରହିଛନ୍ତି । ଦୀପକ ମହାପାତ୍ରଙ୍କୁ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି ।