ଓଡିଶା

odisha

By

Published : Jan 21, 2021, 8:35 PM IST

ETV Bharat / city

କୃଷକ ଆନ୍ଦୋଳନକୁ ଅଖିଳ ଭାରତ କ୍ଷେତ ଓ ଗ୍ରାମୀଣ ଶ୍ରମିକ ସଂଗଠନର ସମର୍ଥନ

କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ଚାଲିଥିବା ଚାଷୀମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଲା ଅଖିଳ ଭାରତ କ୍ଷେତ ଓ ଗ୍ରାମୀଣ ଶ୍ରମିକ ସଂଗଠନ । ଅଧିକ ପଢନ୍ତୁ....

କୃଷକ ଆନ୍ଦୋଳନକୁ  ଅଖିଳ ଭାରତ କ୍ଷେତ ଓ ଗ୍ରାମୀଣ ଶ୍ରମିକ ସଂଗଠନର ସମର୍ଥନ
କୃଷକ ଆନ୍ଦୋଳନକୁ ଅଖିଳ ଭାରତ କ୍ଷେତ ଓ ଗ୍ରାମୀଣ ଶ୍ରମିକ ସଂଗଠନର ସମର୍ଥନ

ଭୁବନେଶ୍ବର: କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ଚାଲିଥିବା ଚାଷୀମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଲା ଅଖିଳ ଭାରତ କ୍ଷେତ ଓ ଗ୍ରାମୀଣ ଶ୍ରମିକ ସଂଗଠନ ।ଏହାକୁ ସମ୍ପୂର୍ଣ୍ଣ ରଦ୍ଦ କରି କୃଷକ ମାନଙ୍କୁ କର୍ପୋରେଟ କବଳରୁ ମୁକ୍ତ କରିବାକୁ ଦାବି ଜଣାଇଲା ସଂଗଠନ।

ଭୁବନେଶ୍ବରର ନାଗଭୂଷଣ ଭବନ ଠାରେ ଅଖିଳ ଭାରତ କ୍ଷେତ ଓ ଗ୍ରାମୀଣ ଶ୍ରମିକ ସଭାର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଥିବା ଏହାର ସଚିବ ଧୀରେନ୍ଦ୍ର ଝା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆସନ୍ତା ଜାନୁୟାରୀ 26 ତାରିଖରେ କୃଷକମାନେ ଯେଉଁ ଟ୍ରାକ୍ଟର ଶୋଭାଯାତ୍ରାର ଆୟୋଜନ କରୁଛନ୍ତି ତାକୁ ମଧ୍ୟ ସଂଗଠନ ପକ୍ଷରୁ ସମର୍ଥନ କରାଯାଉଛି ।

କୃଷକ ଆନ୍ଦୋଳନକୁ ଅଖିଳ ଭାରତ କ୍ଷେତ ଓ ଗ୍ରାମୀଣ ଶ୍ରମିକ ସଂଗଠନର ସମର୍ଥନ

ଏହା ସହିତ ଦେଶର ପ୍ରତ୍ୟେକ ଜନସାଧାରଣଙ୍କୁ ଏହି କଳା ଆଇନ ବିରୁଦ୍ଧରେ ସଚେତନ କରାଇବା ଉଦେଶ୍ୟରେ ଦେଶର ପ୍ରତି ଗାଁ ଗାଁ ରେ 25 ତାରିଖରେ ମଶାଲ ଓ ଟର୍ଚ୍ଚ ରାଲି ଆୟୋଜନ କରାଯିବ। ସରକାର ଯେଉଁ 18ମାସ ଏହା ସ୍ଥଗିତ ରଖିବାକୁ କହୁଛନ୍ତି ଏହା ଦ୍ବାରା ସେ ଲୋକମାନଙ୍କ ମନରେ ଏକ ପ୍ରହେଳିକା ସୃଷ୍ଟି କରି ଏହାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଯେପର୍ଯ୍ୟନ୍ତ ଏହାକୁ ସମ୍ପୂର୍ଣ୍ଣ ରଦ୍ଦ କରା ନଯାଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ଝା କହିଛନ୍ତି।

ସେହିପରି ଏହି କରୋନା ସମୟରେ ଦେଶର ଶ୍ରମିକ ଶ୍ରେଣୀ ବହୁତ ଅସୁବିଧାରେ ଥିବା ବେଳେ ସେମାନେ ମନରେଗା ଯୋଜନାରେ ସର୍ବନିମ୍ନ ମଜୁରୀ ମଧ୍ୟ ପାଉ ନଥିବା ଦେଖିବାକୁ ମିଳିଛି।ତେଣୁ ସେମାନଙ୍କୁ ଅର୍ବନିମ୍ନ ମଜୁରି ଦେବା ସହ ତାଙ୍କର ଥିବା ଋଣ ଆଦିକୁ ଛାଡ଼ କରିବା ଦାବିରେ ମାର୍ଚ୍ଚ 3ତାରିଖ ରେ ରାଜ୍ୟ ବିଧାନସଭା ସମ୍ମୁଖରେ ପ୍ରଦର୍ଶନ କରାଯିବ ବୋଲି ସ୍ଥିର କରାଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details