ଓଡିଶା

odisha

ETV Bharat / city

ସ୍ମାର୍ଟସିଟିରେ ଖୋଲିଲା ବଳକା 7 ଆହାର କେନ୍ଦ୍ର - bbsr ahara centre reopen

ଦୀର୍ଘଦିନ ବ୍ୟବଧାନ ପରେ ସ୍ମାର୍ଟସିଟିରେ ଖୋଲିଲା ଆହାର କେନ୍ଦ୍ର । ଅଧିକ ପଢନ୍ତୁ...

ସ୍ମାର୍ଟସିଟିରେ ଖୋଲିଲା ଆହାର କେନ୍ଦ୍ର
ସ୍ମାର୍ଟସିଟିରେ ଖୋଲିଲା ଆହାର କେନ୍ଦ୍ର

By

Published : Nov 3, 2020, 9:38 PM IST

ଭୁବନେଶ୍ବର: ଖୋଲିଲା ଆହାର କେନ୍ଦ୍ର। ଦୀର୍ଘଦିନ ବ୍ୟବଧାନ ପରେ ସ୍ମାର୍ଟସିଟିରେ ଖୋଲିଲା ଆହାର କେନ୍ଦ୍ର ।

କୋଭିଡ କଟକଣା ଭିତରେ ରାଜଧାନୀ ଭୁବନେଶ୍ବରର ୭ ଟି ସ୍ଥାନରେ ଆହାର କେନ୍ଦ୍ର ଖୋଲିଛି । କୋରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ମାସରୁ ସମସ୍ତ ଆହାର କେନ୍ଦ୍ର ବନ୍ଦ ଥିଲା।

ବିଏମସି କତ୍ତୃପକ୍ଷଙ୍କ ସୂଚନା ଅନୁସାରେ ୪ଟି ହସ୍ପିଟାଲ ନିକଟରେ ଥିବା ୫ଟି ଆହାର କେନ୍ଦ୍ର ଚାଲୁ ଥିଲାବେଳେ ରାଜଧାନୀର ପ୍ରମୁଖ ସ୍ଥାନରେ ଥିବା ବାକି ୭ ଟି ଆହାର କେନ୍ଦ୍ର ଖୋଲିଛି। ଆହାର କେନ୍ଦ୍ର ଗୁଡିକରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ବ ଦିଆଯାଇଛି।

ଖୋଲିଥିବା ଆହାର କେନ୍ଦ୍ର ଗୁଡିକ ହେଲା ବରମୁଣ୍ଡା ବସ ଷ୍ଟାଣ୍ଡ ଆହାର କେନ୍ଦ୍ର, କଳ୍ପନା ଛକ ଆହାର କେନ୍ଦ୍ର, ନୟାପାଲି ଆହାର କେନ୍ଦ୍ର, ୟୁନିଟ- ୨ ଆହାର କେନ୍ଦ୍ର, ୩ ନଂ ମାଳି ସାହି ଆହାର କେନ୍ଦ୍ର, ମଞ୍ଚେଶ୍ବର ଆହାର କେନ୍ଦ୍ର ଏବଂ ମାଷ୍ଟର କ୍ୟାଁଟିନ ଆହାର କେନ୍ଦ୍ର।

ଏହା ପୂର୍ବ ଭଳି ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଖୋଲିବ। ସେହିପରି ପୂର୍ବରୁ ଏମ୍ସ ହସ୍ପିଟାଲ ନିକଟରେ ୨ ଟି, କ୍ୟାପିଟାଲ ହସ୍ପିଟାଲ ନିକଟରେ ୨ ଟି, କଳିଙ୍ଗ ହସ୍ପିଟାଲ ନିକଟରେ ଗୋଟିଏ, ସମ ହସ୍ପିଟାଲ ନିକଟରେ ଗୋଟିଏ ଆହାର କେନ୍ଦ୍ର ଚାଲିଛି। ତେବେ ଆହାର କେନ୍ଦ୍ର ଖୋଲିଲା ପରେ କଣ ରହିଛି ବିଏମସି ଓ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ଦେଖନ୍ତୁ...

ସ୍ମାର୍ଟସିଟିରେ ଖୋଲିଲା ଆହାର କେନ୍ଦ୍ର

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details