ଓଡିଶା

odisha

କେନ୍ଦ୍ରୀୟ ଶ୍ରମିକ ସଂଗଠନର ବନ୍ଦ ଡାକରା, ରାଜଧାନୀରେ ବନ୍ଦ ରହିବ ଆହାର କେନ୍ଦ୍ର

ଆସନ୍ତାକାଲି(ଗୁରୁବାର) କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ପକ୍ଷରୁ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। ଏଥିପାଇଁ ସମସ୍ତ ଆହାର କେନ୍ଦ୍ରକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଧିକ ପଢ଼ନ୍ତୁ...

By

Published : Nov 25, 2020, 10:54 PM IST

Published : Nov 25, 2020, 10:54 PM IST

କେନ୍ଦ୍ରୀୟ ଶ୍ରମିକ ସଂଗଠନର ବନ୍ଦ ଡାକରା, ରାଜଧାନୀରେ ବନ୍ଦ ରହିବ ଆହାର କେନ୍ଦ୍ର
କେନ୍ଦ୍ରୀୟ ଶ୍ରମିକ ସଂଗଠନର ବନ୍ଦ ଡାକରା, ରାଜଧାନୀରେ ବନ୍ଦ ରହିବ ଆହାର କେନ୍ଦ୍ର

ଭୁବନେଶ୍ବର:ଟ୍ରେଡ଼ ୟୁନିୟନ ଧର୍ମଘଟ ଯୋଗୁଁ ବନ୍ଦ ରହିବ ରାଜଧାନୀରେ ଆହାର କେନ୍ଦ୍ର। ଆସନ୍ତାକାଲି(ଗୁରୁବାର) କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ପକ୍ଷରୁ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। ଏଥିପାଇଁ ସମସ୍ତ ଆହାର କେନ୍ଦ୍ରକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରମିକ ସଂଗଠନ ବନ୍ଦ ଡାକରା ଯୋଗୁଁ ସାଧାରଣ ସେବା ବାଧାପ୍ରାପ୍ତ ହେବା ନେଇ ଆଶଙ୍କା କରିଛି ଭୁବନେଶ୍ବର ମହାନଗର ନିଗମ। ଏହାକୁ ଦୃଷ୍ଟିରେ ରଖି ଆହାର କେନ୍ଦ୍ରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ବିଭିନ୍ନ ଦାବି ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ବନ୍ଦ ଡାକରା ଦେଇଛି। ଏହି ସମୟରେ ଆହାର କେନ୍ଦ୍ର ଗୁଡିକରେ ବିଭିନ୍ନ ସମସ୍ୟା ଦେଖା ଦେଇପାରେ। ଏଥିପାଇଁ ବରମୁଣ୍ଡା ବସ ଷ୍ଟାଣ୍ଡ ଆହାର କେନ୍ଦ୍ର, କଳ୍ପନା ଛକ ଆହାର କେନ୍ଦ୍ର, ନୟାପାଲି ଆହାର କେନ୍ଦ୍ର, ୟୁନିଟ- ୨ ଆହାର କେନ୍ଦ୍ର, ୩ ନମ୍ବର ମାଳି ସାହି ଆହାର କେନ୍ଦ୍ର, ମଞ୍ଚେଶ୍ବର ଆହାର କେନ୍ଦ୍ର ଓ ମାଷ୍ଟର କ୍ୟାଣ୍ଟିନ ଆହାର କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି କେନ୍ଦ୍ର,ଏମ୍ସ ହସ୍ପିଟାଲ ନିକଟରେ ୨ ଟି ,କ୍ୟାପିଟାଲ ହସ୍ପିଟାଲ ନିକଟରେ ୨ ଟି,କଳିଙ୍ଗ ହସ୍ପିଟାଲ ନିକଟରେ ଗୋଟିଏ, ସମ ହସ୍ପିଟାଲ ନିକଟରେ ଗୋଟିଏ ଆହାର କେନ୍ଦ୍ର ମଧ୍ୟ ବନ୍ଦ ରହିବା ନେଇ ସୂଚନା ମିଳିଛି।

ଭୁବନେଶ୍ବରରେ ମୋଟ ୧୨ ଟି ଆହାର କେନ୍ଦ୍ରରେ ଦୈନିକ ୫ ଟଙ୍କାରେ ,୯୦୦୦ ମିଲ ପରିବେଷଣ ହୁଏ। ତେବେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ବନ୍ଦ ଡାକରା ଯୋଗୁଁ ଏଥିରେ ବାଧା ଦେଖା ଦେଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details