ଓଡିଶା

odisha

କୃଷି ନୀତି କେନ୍ଦ୍ର ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ: ଧର୍ମେନ୍ଦ୍ର ପ୍ରଧାନ

ଭାରତ ସରକାରଙ୍କ ନୂତନ କୃଷି ବିଧେୟକକୁ ନେଇ ଭୁବନେଶ୍ବରରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କିଛି ମାସ ଭିତରେ କେନ୍ଦ୍ର ସରକାର ୩ଟି ଅଧ୍ୟାଦେଶ ଆଣିଥିଲେ । ଲକ୍ଷ୍ୟ ଥିଲା କୃଷି କ୍ଷେତ୍ରରେ କିଛିଟା ପରିବର୍ତ୍ତନ ଆଣିବା । ଅଧିକ ପଢନ୍ତୁ...

By

Published : Oct 3, 2020, 5:44 PM IST

Published : Oct 3, 2020, 5:44 PM IST

କୃଷି ନୀତି କେନ୍ଦ୍ର ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ: ଧର୍ମେନ୍ଦ୍ର ପ୍ରଧାନ
କୃଷି ନୀତି କେନ୍ଦ୍ର ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଭାରତ ସରକାରଙ୍କ ନୂତନ କୃଷି ବିଧେୟକକୁ ନେଇ ଭୁବନେଶ୍ବରରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କୃଷି ନୀତି କେନ୍ଦ୍ର ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ, କିଛି ମାସ ଭିତରେ କେନ୍ଦ୍ର ସରକାର ୩ଟି ଅଧ୍ୟାଦେଶ ଆଣିଥିଲେ । ଲକ୍ଷ୍ୟ ଥିଲା କୃଷି କ୍ଷେତ୍ରରେ କିଛିଟା ପରିବର୍ତ୍ତନ ଆଣିବା । ଆମ ରାଜ୍ୟରେ ଏହାର କିଛି ତଥ୍ୟ ରଖୁଛି । ଆମ ରାଜ୍ୟରେ କୃଷି ଏକ ପ୍ରମୁଖ ଦିଗ । କୃଷି ଉପରେ ନିର୍ଭର କରୁଥିବା ଲୋକ ସଂଖ୍ୟା ଅଧିକ । ବିଗତ କିଛି ବର୍ଷ ଭିତରେ କୃଷି କ୍ଷେତ୍ର ତୁଳନାରେ ଅନ୍ୟ କ୍ଷେତ୍ରରେ ଉନ୍ନତି ହୋଇଛି । ହେଲେ କୃଷି ପଛରେ ରହିଛି । କୃଷି ଉତ୍ପାଦନ ବୃଦ୍ଧି, ବଜାର ସୁଯୋଗ , ସହାୟକ ମୂଲ୍ୟ ଵୃଦ୍ଧି ଆଦି ଗୁରୁତ୍ବ ଦିଆଯାଇଥିଲେ ବି ତାହାର ସୁଫଳ ମିଳୁନଥିଲା । ନୂତନ କୃଷି ନୀତିରେ ଏ ସବୁକୁ ଦିଆଯାଇଛି ଗୁରୁତ୍ୱ । କୃଷି ଉତ୍ପାଦନ ବୃଦ୍ଧି, କୃଷିଜାତ ସାମଗ୍ରୀର ସଂରକ୍ଷଣ ତଥା ବଜାର ସୁଯୋଗ ସୃଷ୍ଠି ଉପରେ ଏହି କୃଷି ନୀତିରେ ଗୁରୁତ୍ୱ ଦିଆଯାଇଛି।

କେନ୍ଦ୍ର ସରକାର କୃଷିର ବିକାଶ ପାଇଁ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇଛନ୍ତି । ୧ ଲକ୍ଷ କୋଟି ଟଙ୍କାର ନିଵେଶକୁ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର, ରାଜ୍ୟରେ ଏହାକୁ ବିରୋଧ କରିବାର କିଛି ବାସ୍ତବତା ନାହିଁ । ବର୍ଷ ୧୩-୧୪ରେ ଓଡ଼ିଶାରେ ୨୮ ଲକ୍ଷ କ୍ୱିଣ୍ଟାଲ ମେଟ୍ରିକ ଟନ ଧାନ କିଣାଯାଉଥିଲା । ବର୍ଷ ୧୯-୨୦ରେ ଏହା ୪୭ ଲକ୍ଷ କ୍ୱିଣ୍ଟାଲ ମେଟ୍ରିକ ଟନ କିଣାଯାଉଛି । ସେଭଳି ଡାଲି ଜାତୀୟ ଉତ୍ପାଦନ କ୍ରୟରେ ବି ବଢିଛି ପରିମାଣ ।

କୃଷି ନୀତି କେନ୍ଦ୍ର ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ: ଧର୍ମେନ୍ଦ୍ର ପ୍ରଧାନ

ଲୋକସଭା ଓ ରାଜ୍ୟ ସଭାରେ କୃଷିନୀତିକୁ ନେଇ ବିଜେଡିର ଭିନ୍ନ ଭିନ୍ନ ଆଭିମୁଖ୍ୟ ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି କିଛି ଦଳ ଏହାକୁ ଠିକ ଭାବେ ବୁଝିନାହାନ୍ତି । ଧୀରେ ଧୀରେ ଆଗକୁ ବୁଝିଯିବେ ।

ସାରା ଦେଶର ଚାଷୀ ଓ ଓଡିଶାର ଚାଷୀ ଉପକୃତ ହେବେ । ସଠିକ ଏମଏସପି ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୃତିବଦ୍ଧ, ଯାହା ଏଥିରେ ପ୍ରତିଫଳିତ ହୋଇଛି । ନୂତନ କୃଷିନୀତିରେ ମଧ୍ୟସ୍ଥି ପ୍ରସଙ୍ଗ ପ୍ରଶ୍ନରେ ଧର୍ମେନ୍ଦ୍ର କହିଛନ୍ତି ମାଧ୍ୟସ୍ଥି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ହଟାଇବା ପାଇଁ ଏହି ନୂଆ ନୀତିରେ ସେ ସବୁକୁ ଗୁରୁତ୍ୱ ଦିଆଯାଇଛି । ନିଜ ଉତ୍ପାଦିତ ସାମଗ୍ରୀର ସଠିକ ମୂଲ୍ୟ ଯେଭଳି କୃଷକ ପାଇବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details