ଭୁବନେଶ୍ବର:ଜାତୀୟ ସର୍ବେକ୍ଷଣ ପରିକ୍ରମା ରିପୋର୍ଟ ଅନୁଯାୟୀ 2014-15 ରୁ 2016-17 ମଧ୍ୟରେ ରାଜ୍ୟରେ ଚାଷୀଙ୍କ ବାର୍ଷୀକ ଆୟ ଓ ଅନ୍ୟାନ୍ୟ ରାଜ୍ୟର ଚାଷୀଙ୍କ ଆୟ ସମ୍ପର୍କରେ କିଛି ତଥ୍ୟ ଉପଲବ୍ଧ ନାହିଁ । ତେବେ NAFIS ଦ୍ବାରା କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ 2015 -16 ରେ ରାଜ୍ୟର ଚାଷୀମାନଙ୍କ ବାର୍ଷିକ ଆୟ 92 ହଜାର 772 ଟଙ୍କା ଥିଲା । ଏନେଇ ଗୃହରେ ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ବିଧାୟକ ନାଉରି ନାୟକଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅରୁଣ ସାହୁ । ଗତ 10 ବର୍ଷ ମଧ୍ୟରେ ରାଜ୍ୟର କୃଷକମାନଙ୍କ ଆୟ କେତେ ଓ କେଉଁ ଆଧାରରେ ଦ୍ବିଗୁଣିତ ହୋଇଛି ତାହା ସ୍ପଷ୍ଟ କରିବା ପାଇଁ ପ୍ରଶ୍ନ କରିଥିଲେ ବିଧାୟକ ନାଉରି ନାୟକ ।
2012-14 ସୁଦ୍ଧା ଚାଷୀଙ୍କ ଆୟ ହୋଇଛି ଦୁଇ ଗୁଣା - କୃଷି ମନ୍ତ୍ରୀଙ୍କ ଉତ୍ତର
2012-14 ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା ହୋଇଛି ବୋଲି ମତ ରଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ଅଧିକ ପଢନ୍ତୁ...
ତେବେ 2002-03 ରେ ଜାତୀୟ ସର୍ଭେକ୍ଷଣ ସଂସ୍ଥା NSSO ର ତଥ୍ୟ ଅନୁସାରେ ରାଜ୍ୟର ଚାଷୀମାନଙ୍କ ବାର୍ଷୀକ ଆୟ 23,267 ଟଙ୍କା ଥିବାବେଳେ 2012-14 ରେ ପ୍ରକାଶିତ ରିପୋର୍ଟ ଆଧାରରେ ଏହା 53, 450 ଟଙ୍କାକୁ ବୃଦ୍ଧି ପାଇଥିଲା ଯାହା 2002-03 ବାର୍ଷୀକ ଆୟର ଦୁଇଗୁଣା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି 2015-16 ରେ ରାଜ୍ୟର ଚାଷୀଙ୍କ ଆୟ ମାସିକ ଆୟ 7,731ଟଙ୍କା ରହିଥିବାବେଳେ ବାର୍ଷିକ ଆୟ 92,772 ଟଙ୍କାରେ ପହଞ୍ଚିଥିବା ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି । ସେହିପରି ସେହି ବର୍ଷ ସାରା ଦେଶ ଚାଷୀଙ୍କ ତୂଳନାରେ ସର୍ବାଧିକ ପଞ୍ଜାବ ଚାଷୀଙ୍କର ଥିବା ଜଣାପଡିଛି । ପଞ୍ଜାବର ଚାଷୀମାନଙ୍କ ଆୟ ବାର୍ଷୀକ 2 ଲକ୍ଷ 77 596 ଟଙ୍କାଥିବା ଜଣାପଡିଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ