ଓଡିଶା

odisha

'କେବଳ ଖେଳର ବିକାଶ କଲେ ହେବନାହିଁ, କୃଷିର ବିକାଶ ବି ଦରକାର'

By

Published : Aug 11, 2021, 8:21 AM IST

କେବଳ ଖେଳ କିମ୍ବା ଖେଳାଳିଙ୍କ ବିକାଶ କରିଦେଲେ ରାଜ୍ୟରେ ଉନ୍ନତି ଆସିବନି । କୃଷି, ଶିକ୍ଷା ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି । ସେଥିପ୍ରତି ରାଜ୍ୟ ସରକାର ବିଶେଷ ଦୃଷ୍ଟି ଦିଅନ୍ତୁ ବୋଲି ସୁର ରାଉତରାୟଙ୍କ ପରାମର୍ଶ । ଅଧିକ ପଢନ୍ତୁ...

'କେବଳ ଖେଳର ବିକାଶ କଲେ ହେବନାହିଁ, କୃଷିର ବିକାଶ ବି ଦରକାର'
'କେବଳ ଖେଳର ବିକାଶ କଲେ ହେବନାହିଁ, କୃଷିର ବିକାଶ ବି ଦରକାର'

ଭୁବନେଶ୍ବର:ରାଜ୍ୟରେ ଖେଳର ବିକାଶ ହେଉ, ଖେଳାଳି ପ୍ରୋତ୍ସାହନ ପାଆନ୍ତୁ । ହେଲେ କୃଷି, ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିକାଶ ହେବାର ଆବଶ୍ୟକତା ରହିଛି ବୋଲି କହିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

'କେବଳ ଖେଳର ବିକାଶ କଲେ ହେବନାହିଁ, କୃଷିର ବିକାଶ ବି ଦରକାର'
ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ଖେଳର ସାମୁହିକ ବିକାଶ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରୁଛନ୍ତି, ବିଭିନ୍ନ ଜିଲ୍ଲାରେ ୮୯ ଟି ଇନଡୋର୍ ଷ୍ଟାଡିୟମ କରିବା ପାଇଁ ରାଜ୍ୟ କ୍ୟାବିନେଟରେ ଚୂଡାନ୍ତ ରୂପ ନେଇଛି । ବିରୋଧୀ ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ପ୍ରୋତ୍ସାହିତ କରିବା ସହ ଅନ୍ୟ ଦିଗ ପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

ଖେଳର ବିକାଶ ହେବା ଭଲ ହେଲେ ରାଜ୍ୟରେ ଅନେକ ଆବଶ୍ୟକତା ମଧ୍ୟ ରହିଛି । କୃଷି କ୍ଷେତ୍ରରେ ବହୁ ପଛରେ ପଡିଯାଇଛି ରାଜ୍ୟ । କୋଲଡ଼ ଷ୍ଟୋରେଜ ଅବ୍ୟବସ୍ଥା ଯୋଗୁଁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଚାଷୀ ନିଜର ବହୁମୂଲ୍ୟ ଫସଲ ଦୀର୍ଘଦିନ ଧରି ରଖି ବାରେ ଅସମର୍ଥ । ତେଣୁ ଏଥିପ୍ରତି ମଧ୍ୟ ରାଜ୍ୟ ସରକାର ଦୃଷ୍ଟି ଦେବା ଉଚିତ୍ ବୋଲି ସୁର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details