ଭୁବନେଶ୍ବର : 300ତମ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଉଦଯାପିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଏହି ସଭାରେ କେନ୍ଦ୍ର ସରକାରଙ୍କ ଶ୍ରମନୀତିକୁ ବିରୋଧ କରାଯାଇଛି । ଏହା ସହ ଶ୍ରମିକ ବିରୋଧୀ କାର୍ଯ୍ୟରୁ ସରକାର ବିରତି ରହିବା ପାଇଁ କେତେଗୁଡିଏ ପ୍ରସ୍ତାବକୁ ପାସ କରାଯାଇଛି ।
କେନ୍ଦ୍ର ସରକାର ଶ୍ରମିକ ସଂଗଠନ ମାନଙ୍କ ସହିତ କୌଣସି ଆଲୋଚନା ନ କରି 44 ଶ୍ରମ ଆଇନକୁ ପରିବର୍ତ୍ତନ କରି 4ଟି ଲେବର କୋର୍ଟ ସ୍ଥାପନ କରାଯାଇଛି । ଯାହା ମାଧ୍ୟମରେ କମ୍ପାନୀ ମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ବିନା ଯେକୌଣସି ସମୟରେ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିପାରିବେ। ଯାହାକି ଶ୍ରମିକ ମାନଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ। ତେଣୁ ଆଗାମୀ 30 ତାରିଖରେ ଦିଲ୍ଲୀରେ ହେବାକୁ ଥିବା ସମ୍ମିଳନୀରେ ଏହା ଉପରେ କାର୍ଯ୍ୟପନ୍ଥା ସ୍ଥିର କରାଯିବ।