ଓଡିଶା

odisha

ETV Bharat / city

ପ୍ରଶିକ୍ଷଣ ଦାବିରେ ଭୁବନେଶ୍ବର ଇଷ୍ଟକୋଷ୍ଟ ରେଲୱେ ସାମ୍ନାରେ ALP ପ୍ରାର୍ଥୀଙ୍କ ଧାରଣା - ଭୁବନେଶ୍ବର ଇଷ୍ଟକୋଷ୍ଟ ରେଲୱେ ସାମ୍ନାରେ ଧାରଣା

ରେଳବାଇରେ ପ୍ରଶିକ୍ଷଣ ଦାବିରେ ALP ପ୍ରାର୍ଥୀଙ୍କ ଧାରଣା। ଭୁବନେଶ୍ବର ଇଷ୍ଟକୋଷ୍ଟ ରେଲୱେ ସାମ୍ନାରେ ଧାରଣା ଆସିଷ୍ଟାଣ୍ଟ ଲୋକୋ ପାଇଲଟ ପ୍ରାର୍ଥୀ । ଅଧିକ ପଢନ୍ତୁ...

agitation infront of railway office in bhubaneswar
ପ୍ରଶିକ୍ଷଣ ଦାବିରେ ଭୁବନେଶ୍ବର ଇଷ୍ଟକୋଷ୍ଟ ରେଲୱେ ସାମ୍ନାରେ ପ୍ରାର୍ଥୀଙ୍କ ଧାରଣା

By

Published : Jul 27, 2021, 7:20 PM IST

ଭୁବନେଶ୍ବର:ରେଳବାଇରେ ପ୍ରଶିକ୍ଷଣ ଦାବିରେ ଏଏଲପି ପ୍ରାର୍ଥୀଙ୍କ ଧାରଣା। ପରୀକ୍ଷା ଶେଷ ହୋଇ ଦୀର୍ଘ ଦିନ ହୋଇଥିଲେ ମଧ୍ୟର ପ୍ରଶିକ୍ଷଣ ଆରମ୍ଭ ହୋଇନାହିଁ । ଏହାକୁ ନେଇ ଧାରଣାରେ ବସିଛନ୍ତି ଏଏଲପି ପ୍ରାର୍ଥୀ । ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି ସୃତି ରଞ୍ଜନ ଲେଙ୍କା ।

ପ୍ରଶିକ୍ଷଣ ଦାବିରେ ଭୁବନେଶ୍ବର ଇଷ୍ଟକୋଷ୍ଟ ରେଲୱେ ସାମ୍ନାରେ ପ୍ରାର୍ଥୀଙ୍କ ଧାରଣା

ରେଳବାଇ ନିଯୁକ୍ତି ବୋର୍ଡ ଭୁବନେଶ୍ବର ଦ୍ବାରା ବିଜ୍ଞାପନ ସଂଖ୍ୟା ୦୧/୨୦୧୮ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ତଥା ଟେକ୍ନିସିଆନ ପଦବୀ ବାହାର କରଯାଇଥିଲା । ମୁଖ୍ୟ ସୂଚୀରେ ଅନ୍ତିମ ପର୍ଯ୍ୟାୟରେ ୨୨୨୮ ପ୍ରାର୍ଥୀମାନଙ୍କ ଭିତରୁ ୪୦୦ ପ୍ରାର୍ଥୀ ଟ୍ରେନିଂ ଶୀଘ୍ର ଆରମ୍ଭ କରିବାର ଦାବି କରି ମଙ୍ଗଳବାର ଭୁବନେଶ୍ବର ଇଷ୍ଟକୋଷ୍ଟ ରେଲୱେ ସାମ୍ନାରେ ଶାନ୍ତି ପୂର୍ଣ୍ଣ ପ୍ରଦର୍ଶନ କରିଛନ୍ତି ଆଶାୟୀ ପ୍ରାର୍ଥୀ। ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି ସୃତି ରଞ୍ଜନ ଲେଙ୍କା । ରେଳବାଇ ଖୁବଶୀଘ୍ର ଏହି ନିଯୁକ୍ତି ଆଶାୟୀଙ୍କ ଦାବି ପୂରଣ କରନ୍ତୁ ବୋଲି ଦାବି କରିଛନ୍ତି ।

ସେମାନେ ଦାବି କରିଛନ୍ତି CEN01/୨୦୧୮ ମେନ ପ୍ୟାନେଲରେ ଥିବା ପ୍ରାର୍ଥୀ ମାନଙ୍କ ଟ୍ରେନିଂ ପୁରା କରନ୍ତୁ । ବଳକା ପ୍ରାର୍ଥୀ ମାନଙ୍କ ଟ୍ରେନିଂ ସିଡ୍ୟୁରଲ ଜାରି କରାଯାଉ,ଅନଲାଇନ ମାଧ୍ୟମରେ ଟ୍ରେନିଂ ଆରମ୍ଭ କରାଯାଉ । ଟ୍ରେନିଂ ଦିଅନ୍ତୁ ନହେଲେ ଷ୍ଟାଇପେଣ୍ଡ ଦିଅନ୍ତୁ । କଣ ପାଇଁ ହରିଜନ ଓ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଭାଗ୍ୟ ସହ ରେଲୱେ ଅଧିକାରୀ ଖେଳ ଖେଳୁଛନ୍ତି। ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ କେବେ ଦେବେ ସେ ନେଇ ସ୍ପଷ୍ଟ କରନ୍ତୁ ବିଭାଗୀୟ ଅଧିକାରୀ। ଏହା ସହିତ ରେଲୱେ ବିଭାଗର ଜିଏମଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବୁ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ

ABOUT THE AUTHOR

...view details