ଓଡିଶା

odisha

ରାଜ୍ୟରେ 15ରୁ 40 ବର୍ଷର ଆକ୍ରାନ୍ତ ଅଧିକ

By

Published : May 8, 2020, 4:35 PM IST

ରାଜ୍ୟରେ ଧିରେ ଧିରେ କାୟା ବିସ୍ତାର କରୁଛି କୋରୋନା । ପ୍ରଥମେ ଭୁବନେଶ୍ବରରେ ନିଜର ଆଧିପତ୍ୟ ବିସ୍ତାର କରିଥିବା କୋରୋନା ଏବେ ରାଜ୍ୟର 18 ଜିଲ୍ଲାକୁ କବଳିତ କଲାଣି । 18 ଜିଲ୍ଲାର 245 ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 15ରୁ 40 ବର୍ଷ ବୟସର ବ୍ୟକ୍ତି ଅଧିକ ଅଛନ୍ତି । ଅଧିକ ପଢନ୍ତୁ...

COVID-19 in odisha
ରାଜ୍ୟରେ 15ରୁ 40 ବର୍ଷର ଆକ୍ରାନ୍ତ ଅଧିକ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କାୟା ବିସ୍ତାର କରୁଛି କୋରୋନା । ପ୍ରଥମେ ଭୁବନେଶ୍ବରରେ ନିଜର ଆଧିପତ୍ୟ ବିସ୍ତାର କରିଥିବା କୋରୋନା ଏବେ ରାଜ୍ୟର 18 ଜିଲ୍ଲାକୁ କବଳିତ କଲାଣି । ଏହାର ମୁକାବିଲା ଭୁବନେଶ୍ବର ମହାନଗର ନିଗମ ସମେତ 4 ଜିଲ୍ଲାକୁ ରେଡ୍‌ ଜୋନ୍‌, 12 ଜିଲ୍ଲାକୁ ଅରେଞ୍ଜ ଓ 14 ଜିଲ୍ଲାକୁ ଗ୍ରୀନ ଜୋନ ଘୋଷଣା କରାଯାଇଛି ।

ତେବେ ଏପରି ସ୍ଥିତିରେ 18 ଜିଲ୍ଲାର 245 ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 15ରୁ 40 ବର୍ଷ ବୟସର ବ୍ୟକ୍ତି ଅଧିକ ଅଛନ୍ତି । ସେହିପରି ମହିଳାଙ୍କ ତୁଳନାରେ ପୁରୁଷ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି ।

ତେବେ ଆସନ୍ତୁ ନଜର ପକାଇବା ରାଜ୍ୟରେ କେଉଁ ବୟସର ଲୋକ ଅଧିକ ସଂକ୍ରମିତ

  • 15ରୁ 40 ବର୍ଷ ବୟସ: 135 ଜଣ
  • 41ରୁ 60 ବର୍ଷ ବୟସ: 73 ଜଣ
  • 60 ବର୍ଷରୁ ଉର୍ଦ୍ଧ୍ବ : 24 ଜଣ
  • ଜନ୍ମରୁ 14 ବର୍ଷ :13 ଜଣ
    ରାଜ୍ୟରେ 15ରୁ 40 ବର୍ଷର ଆକ୍ରାନ୍ତ ଅଧିକ

ରାଜ୍ୟରେ ସମୁଦାୟ 245 ଆକ୍ରାନ୍ତ

  • ପୁରୁଷ ଆକ୍ରାନ୍ତଙ୍କ ସଂଖ୍ୟା : 193
  • ମହିଳା ଆକ୍ରାନ୍ତଙ୍କ ସଂଖ୍ୟା : 52
    ରାଜ୍ୟରେ 15ରୁ 40 ବର୍ଷର ଆକ୍ରାନ୍ତ ଅଧିକ

କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ଓ କେତେ ସୁସ୍ଥ

1. ଯାଜପୁର: 55 ଆକ୍ରାନ୍ତ, ଜଣେ ସୁସ୍ଥ

2. ଖୋର୍ଦ୍ଧା: 50 ଆକ୍ରାନ୍ତ, 32 ସୁସ୍ଥ, ଦୁଇ ମୃତ

3. ଗଞ୍ଜାମ : 47 ଆକ୍ରାନ୍ତ

4.ବାଲେଶ୍ବର: 27 ଆକ୍ରାନ୍ତ, 5 ସୁସ୍ଥ

5.ଭଦ୍ରକ: 23 ଆକ୍ରାନ୍ତ, 12 ସୁସ୍ଥ

6.ସୁନ୍ଦରଗଡ: 12 ଆକ୍ରାନ୍ତ, 6 ସୁସ୍ଥ

7. କେନ୍ଦ୍ରାପଡା: 8 ଆକ୍ରାନ୍ତ, 2 ସୁସ୍ଥ

8. ଜଗତସିଂହପୁର: 5 ଆକ୍ରାନ୍ତ

9. ମୟୂରଭଞ୍ଜ : 4 ଆକ୍ରାନ୍ତ

10. କଳାହାଣ୍ଡି : 2 ଆକ୍ରାନ୍ତ, 2 ସୁସ୍ଥ

11.ବଲାଙ୍ଗୀର : 2 ଆକ୍ରାନ୍ତ

12.କେନ୍ଦୁଝର: 2 ଆକ୍ରାନ୍ତ

13. କଟକ: 2 ଆକ୍ରାନ୍ତ, ଜଣେ ସୁସ୍ଥ

14. ଝାରସୁଗୁଡା: 2 ଆକ୍ରାନ୍ତ

15.ଢେଙ୍କାନାଳ: ଜଣେ ଆକ୍ରାନ୍ତ, ଜଣେ ସୁସ୍ଥ

16.ଦେବଗଡ: ଜଣେ ଆକ୍ରାନ୍ତ

17.କୋରାପୁଟ: ଜଣେ ଆକ୍ରାନ୍ତ

18.ପୁରୀ: ଜଣେ ଆକ୍ରାନ୍ତ, ଜଣେ ସୁସ୍ଥ

ରାଜ୍ୟରେ 15ରୁ 40 ବର୍ଷର ଆକ୍ରାନ୍ତ ଅଧିକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details