ଭୁବନେଶ୍ବର: ଚଳିତ ମାସରେ ଲଗାତାର ୩ଟି ଲଘୁଚାପ ହୋଇସାରିଲାଣି । ଆସନ୍ତା ୨୩ ତାରିଖରେ ପୁଣି ଆସୁଛି ଆଉ ଏକ ଲଘୁଚାପ। ଯାହାକୁ ମିଶାଇ ଏହା 4ର୍ଥ ଥର ହେବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ବୁଧବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।
ଆସନ୍ତା 23 ରେ ପୁଣି ଏକ ଲଘୁଚାପ, ଭିଜିବ ସାରା ଓଡିଶା - odisha rain
ରାଜ୍ୟର ଅନେକ ସ୍ଥାନରେ ଜାରି ରହିଛି ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା । ତେବେ ଆସନ୍ତା 23 ରେ ଆସୁଛି ଆଉ ଏକ ଲଘୁଚାପ । ଏଥିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...
23ରେ ପୁଣି ଏକ ଲଘୁଚାପ, ଭିଜିବ ସମଗ୍ର ଓଡିଶା
ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଟ୍ବିନ ସିଟି ଭୁବନେଶ୍ବର ଓ କଟକରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ଲଘୁଚାପ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ
Last Updated : Aug 19, 2020, 12:36 PM IST