ଓଡିଶା

odisha

ETV Bharat / city

ରାଜଧାନୀରେ ମାତିଲେ କାର କାଚଭଙ୍ଗା ଗ୍ୟାଙ୍ଗ, ଲୁଟିନେଲେ ଡାକ୍ତରଙ୍କ ଲ୍ୟାପଟପ ଓ ଟଙ୍କା - ରାଜଧାନୀରେ ସକ୍ରିୟ ଲୁଟେରା ଗ୍ୟାଙ୍ଗ

ସହରରେ ମାତିଲେ ଲୁଟେରା ଗ୍ୟାଙ୍ଗ। କାର କାଚ ଭାଙ୍ଗି ଲୁଟିନେଲେ ଡାକ୍ତରଙ୍କ ଲ୍ୟାପଟପ ଓ ଟଙ୍କା। ଅଧିକ ପଢ଼ନ୍ତୁ

lootera gang rised in bhubaneswar
ରାଜଧାନୀରେ ସକ୍ରିୟ ଲୁଟେରା, କାର କାଚ ଭାଙ୍ଗି ଡାକ୍ତରଙ୍କଠାରୁ ଲୁଟିଲେ ଲ୍ୟାପଟପ ଓ ଟଙ୍କା

By

Published : Feb 1, 2022, 8:01 AM IST

ଭୁବନେଶ୍ବର: ସହରରେ ମାତିଲେ ଲୁଟେରା ଗ୍ୟାଙ୍ଗ। କାର କାଚ ଭାଙ୍ଗି ଲୁଟିନେଲେ ଡାକ୍ତରଙ୍କ ଲ୍ୟାପଟପ ଓ ଟଙ୍କା । ପୂର୍ବରୁ ସମାନ ଢଙ୍ଗରେ ଏଭଳି ଅନେକ ସ୍ଥାନରେ ଲୁଟ କରି ଦୁର୍ବୃତ୍ତମାନେ ରାଜଧାନୀରେ ଆତଙ୍କ ସୃଷ୍ଟି କରିଛନ୍ତି।

ରାଜଧାନୀରେ ସକ୍ରିୟ ଲୁଟେରା, କାର କାଚ ଭାଙ୍ଗି ଡାକ୍ତରଙ୍କଠାରୁ ଲୁଟିଲେ ଲ୍ୟାପଟପ ଓ ଟଙ୍କା

ଭୁବନେଶ୍ବରର ରାଜମହଲ ଛକ ଷ୍ଟାଇଲ ସୋ ରୁମ ସାମ୍ନାରେ କାର କାଚ ଭାଙ୍ଗି ଲୁଟ ହୋଇଥିବା ଅଭିଯୋଗ ରହିଛି। କାର ମାଲିକ ତଥା ଡାକ୍ତର ସୂର୍ଯ୍ୟପ୍ରକାଶ ନାୟକଙ୍କ ଲ୍ୟାପଟପ ସହ କିଛି ଟଙ୍କା ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି। ଏନେଇ ଡାକ୍ତର ଜଣକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ।

ତେବେ ପୁର୍ବରୁ ସମାନ ଢଙ୍ଗରେ ଗତ ମାର୍ଚ୍ଚ 4 ତାରିଖ 2021ରେ ଲୁଟ କରିଥିଲେ ଦୁର୍ବୃତ୍ତ। ଶ୍ରୀୟା ଟକିଜ ନିକଟରୁ କାରର କାଚ ଭାଙ୍ଗି ୧ଲକ୍ଷ ୨୦ହଜାର ଲୁଟ କରିଥିଲେ। ସେହିପରି ୧୦ମାର୍ଚ୍ଚ ୨୦୨୧ରେ ଜଟଣୀ ଅଞ୍ଚଳ ସବ ରେଜିଷ୍ଟ୍ରାର ଅଫିସ ସାମ୍ନାରୁ ୬ଲକ୍ଷ ଟଙ୍କା ଲୁଟ ହୋଇଥିଲା। ଲକ୍ଷ୍ମୀସାଗର ଓ ଖଣ୍ଡଗିରି ଭଳି ଅଞ୍ଚଳରେ ମଧ୍ୟ ଲୁଟେରାମାନେ ଆତଙ୍କ ସୃଷ୍ଟି କରିଥିଲେ।

ସେହି ସମୟରେ ୩ ଜଣିଆ ଝାଡ଼ଖଣ୍ଡର ଗ୍ୟାଙ୍ଗକୁ ପୁରୀ ପୋଲିସ ଗିରଫ କରିଥିଲା । ତେବେ କିଛି ଦିନର‌ ନିରବତା ପରେ ପୁଣି ସମାନ ଢଙ୍ଗରେ କ୍ୟାପିଟାଲ ଥାନା ଅଞ୍ଚଳରେ ଏଭଳି ଲୁଟ ପୋଲିସର ଚିନ୍ତା ବଢ଼ାଇଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details