ଓଡିଶା

odisha

ETV Bharat / city

ଦଲାଲଙ୍କ ଟାର୍ଗେଟରେ ଛାତ୍ରଛାତ୍ରୀ, ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର ଦେଇ କରାଉଛନ୍ତି ଆଡମିଶନ

ଦଲାଲଙ୍କ ଟାର୍ଗେଟରେ ଛାତ୍ରଛାତ୍ରୀ । ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର ଦେଇ କରୁଛନ୍ତି ଆଡମିଶନ। ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର ଦେଇଥିବା ୬ ଛାତ୍ରଛାତ୍ରୀ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରର ବିଜେବି କଲେଜ ପରେ ଏବେ ରାଜଧାନୀ କଲେଜରୁ 6 ଜଣ ଛାତ୍ରଛାତ୍ରୀ ଚିହ୍ନଟ ହୋଇଛନ୍ତି । ମୋଟା ଅଙ୍କର ଟଙ୍କା ନେଇ ଦଲାଲ ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର। ଅଧିକ ପଢନ୍ତୁ

ଦଲାଲଙ୍କ ଟାର୍ଗେଟରେ ଛାତ୍ରଛାତ୍ରୀ, ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର ଦେଇ କରାଉଛନ୍ତି ଆଡମିଶନ
ଦଲାଲଙ୍କ ଟାର୍ଗେଟରେ ଛାତ୍ରଛାତ୍ରୀ, ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର ଦେଇ କରାଉଛନ୍ତି ଆଡମିଶନ

By

Published : Apr 29, 2022, 7:14 PM IST

ଭୁବନେଶ୍ବର: ଦଲାଲଙ୍କ ଟାର୍ଗେଟରେ ଛାତ୍ରଛାତ୍ରୀ । ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର ଦେଇ କରୁଛନ୍ତି ଆଡମିଶନ। ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର ଦେଇଥିବା ୬ ଛାତ୍ରଛାତ୍ରୀ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରର ବିଜେବି କଲେଜ ପରେ ଏବେ ରାଜଧାନୀ କଲେଜରୁ 6 ଜଣ ଛାତ୍ରଛାତ୍ରୀ ଚିହ୍ନଟ ହୋଇଛନ୍ତି। ମୋଟା ଅଙ୍କର ଟଙ୍କା ନେଇ ଦଲାଲ ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର ।

ଦଲାଲଙ୍କ ଟାର୍ଗେଟରେ ଛାତ୍ରଛାତ୍ରୀ, ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର ଦେଇ କରାଉଛନ୍ତି ଆଡମିଶନ

ଭଦ୍ରକ ପରେ ଏବେ ରାଜଧାନୀରେ ଚିହ୍ନଟ ହେଲେଣି ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର ଦେଇ ନାମ ଲେଖାଇଥିବା ଛାତ୍ରଛାତ୍ରୀ। କିଛି ଦିନ ପୂର୍ବେ ଭୁବନେଶ୍ବରର ବିଜେବି କଲେଜରେ 8 ଜଣ ଛାତ୍ର ଛାତ୍ରୀ ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ରଦେଇ ନାମଲେଖାଇ ଥିବା ବେଳେ ଆଜି ରାଜଧାନୀ କଲେଜରେ 6 ଜଣ ଛାତ୍ରଛାତ୍ରୀ ଚିହ୍ନଟ ହୋଇଛନ୍ତି। ଉଚ୍ଚ ଶିକ୍ଷା ବିଭାଗର ନିର୍ଦେଶ ପରେ ସମସ୍ତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କର ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିଲା । ତେବେ ସମସ୍ତ ନକଲି ସାର୍ଟିଫିକେଟ ଛାତ୍ରଛାତ୍ରୀ ମାନଙ୍କର ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ବାରା ନକଲି ଚିହ୍ନଟ ହୋଇଥିବା ଜଣାପଡିଛି।

ଏନେଇ ପ୍ରାଥମିକ ଭାବରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏଘଟଣା ବାବଦରେ ଉଚ୍ଚ ଶିକ୍ଷା ବିଭାଗକୁ ଜଣାଇ ଦିଆଯାଇଛି ବୋଲି ରାଜଧାନୀ କଲେଜର ପ୍ରିନ୍ସିପାଲ କହିଛନ୍ତି । ରାଜଧାନୀ କଲେଜର ସମସ୍ତ ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର ଦେଇଥିବା ଛାତ୍ରଛାତ୍ରୀ ମାନେ ହେଲେ 2021 ଶିକ୍ଷା ବର୍ଷର । 6 ଜଣଙ୍କ ମଧ୍ୟରୁ 5 ଜଣ ଛାତ୍ର ଓ 1 ଜଣେ ମାତ୍ର ଛାତ୍ରୀ ରହିଛନ୍ତି। ଛାତ୍ରୀ ଜଣଙ୍କ 2ମାସ ପୂର୍ବରୁ କଲେଜରୁ ଟିସି ନେଇଛନ୍ତି। ଚିହ୍ନଟ ଛାତ୍ର ହେଉଛନ୍ତି କଟକ ଜିଲ୍ଲାରୁ 2 ଜଣ, ଖୋର୍ଦ୍ଧାରୁ ଜଣେ ଓ ନୟାଗଡ ଜିଲ୍ଲା ରୁ 3 ଜଣ ନକଲି ଛାତ୍ର ଛାତ୍ରୀ ଚିହ୍ନଟ ହୋଇଛନ୍ତି।

ଏହି ଘଟଣାକୁ ନେଇ ପ୍ରିନ୍ସିପାଲ କହିଛନ୍ତି ଯେ ଯେତେବେଳେ ଏ ଘଟଣା କୁ ନେଇ ଛାତ୍ରମାନଙ୍କୁ ପଚରାଯାଇଥିଲା ସେମାନେ ସମସ୍ତେ ଏ ଘଟଣାକୁ ନେଇ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଥିଲେ। ଛାତ୍ର ମାନେ କହିଥିଲେ ଯେ ଆମେ ଏ ସମ୍ପର୍କରେ କିଛି ଜାଣିନାହୁଁ। ଆମର ଆଡମିଶନ ପାଇଁ ଟଙ୍କା ନେଇଛନ୍ତି। ଆମର କିଭଳି ନାମ ଲେଖା ହୋଇଛି। କେଉଁ କେଉଁ ସାର୍ଟିଫିକେଟ ଦେଇ ହୋଇଛି ନାମଲେଖା ତାହା ଆମେ ଜାଣିନାହୁଁ। ଜଣେ ଲୋକ ନାମ ଲେଖାଇ ଦେବି କହି 8 ରୁ 10 ହଜାର ଟଙ୍କା ନେଇଥିଲେ। ଏହି ଭିନ୍ନକ୍ଷମ ନକଲି ପ୍ରମାଣ ପତ୍ରରେ ଏକ ବଡ ରାକେଟ କାମ କରୁଛି ବୋଲି କହିଛନ୍ତି ପ୍ରିନ୍ସିପାଲ। ଯାହା ଫଳରେ ଅନେକ ମେଧାବୀ ଛାତ୍ରଛାତ୍ରୀମାନେ ରହିଛନ୍ତି ଯାହା ଆଡମିଶନ ରୁ ବଞ୍ଚିତ ହେଉଛନ୍ତି। ଏହା ଦ୍ବାରା ସେମାନେ ସିଟ ପାଇପାରିବେ ବୋଲି କହିଛନ୍ତି ରାଜଧାନୀ କଲେଜର ପ୍ରିନ୍ସିପାଲ ଡା. ସସ୍ମିତା ଷଡଙ୍ଗୀ ।

ସୂଚନା ଅନୁଯାୟୀ, ଭଦ୍ରକ କଲେଜରେ 28 ଜଣ ଛାତ୍ରଛାତ୍ରୀ ଚିହ୍ନଟ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଭୁବନେଶ୍ବରର ନାମିଦାମୀ କଲେଜ କୁହାଯାଉଥିବା ବିଜେବି କଲେଜରୁ 8 ଜଣ ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର ଦେଖାଇ କରିଥିଲେ ଆଡମିଶନ। ବର୍ତ୍ତମାନ ରାଜଧାନୀ କଲେଜରୁ ଚିହ୍ନଟ ହୋଇଛନ୍ତି 6 ଜଣ ଛାତ୍ରଛାତ୍ରୀ। ତେବେ ଛାତ୍ରଛାତ୍ରୀ ମାନଙ୍କୁ କମ ଆଡମିଶନ ଫି ରେ ନାମ ଲେଖିବା ପାଇଁ ଏକ ରାକେଟ କାର୍ଯ୍ୟ କରୁଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details