ଓଡିଶା

odisha

By

Published : Jun 13, 2022, 7:05 AM IST

ETV Bharat / city

ପୁଣି ଫେରୁଛି କୋରୋନା, ୟେଲୋ ଜୋନରେ କଟକ

ଦେଶରେ କୋରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ରାଜ୍ୟରେ ମଧ୍ୟ ଗଲା କିଛି ଦିନ ହେବ ସଂକ୍ରମଣ ବଢୁଛି । ସାରା ରାଜ୍ୟରେ ସମସ୍ତ ଜିଲ୍ଲା ଗ୍ରୀନ ଜୋନରେ ରହିଥିବା ବେଳେ ଦୀର୍ଘ ଦିନ ପରେ ରାଜ୍ୟରେ ୟେଲୋ ଜୋନରେ କଟକ ଜିଲ୍ଲା ରହିଛି । ଅଧିକ ପଢନ୍ତୁ

corona is back in cuttack
ପୁଣି ଫେରୁଛି କରୋନା, ୟେଲୋ ଜୋନରେ କଟକ

ଭୁବନେଶ୍ବର: ଦେଶରେ କୋରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ରାଜ୍ୟରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି । ସାରା ରାଜ୍ୟରେ ସମସ୍ତ ଜିଲ୍ଲା ଗ୍ରୀନ ଜୋନରେ ରହିଥିବା ବେଳେ ଦୀର୍ଘ ଦିନ ପରେ ରାଜ୍ୟରେ ୟେଲୋ ଜୋନରେ କଟକ ଜିଲ୍ଲା ରହିଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି । ରାଜ୍ୟରେ ସର୍ଭିଲାନ୍ସ ଟେଷ୍ଟ ଏବଂ ସଚେତନତା କରାଯାଉଛି । ଲକ୍ଷଣ ଦେଖା ଯାଉଥିଲେ ତୁରନ୍ତ ଟେଷ୍ଟ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଥିବା ବେଳେ ନିଜକୁ ଆଇସୋଲେସନ କରି ରଖିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ଟିପିଆର 0.21 ରହିଥିବା ବେଳେ କଟକରେ ରହିଛି 5.9 । ଖୋର୍ଦ୍ଧାରେ ରହିଛି 1.7 ସମ୍ବଲପୁରରେ 0.6, ଅନୁଗୋଳରେ 0.4 ଓ ଝାରସୁଗୁଡାରେ 0.3 ପ୍ରତିଶତ TPR ରହିଥିବା ବେଳେ ବାକି ଜିଲ୍ଲା ଗୁଡିକରେ TPR ଶୂନ୍ୟ ରହିଛି । ତେବେ ରାଜ୍ୟରେ ଆକ୍ଟିଭ କେସ 136 ରହିଛନ୍ତି ବୋଲି ଜଣାପଡିଛି ।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details