ଓଡିଶା

odisha

By

Published : Jun 14, 2021, 10:19 PM IST

ETV Bharat / city

ଭ୍ୟାକ୍ସିନ ନେବା ପରେ ଦେହରେ ସୃଷ୍ଟ ଚୁମ୍ବକୀୟ ଶକ୍ତି ଏକ ଗୁଜବ: ILS ନିର୍ଦ୍ଦେଶକ

ଭ୍ୟାକ୍ସିନ ନେବାପରେ ଦେହରେ ଚୁମ୍ବକୀୟ ଶକ୍ତି ସୃଷ୍ଟି ହେଉଥିବା ନେଇ, ଯେଉଁ ଗୁଜବ ଉଠିଛି ଏହା ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ଅଧିକ ପଢନ୍ତୁ...

ଭ୍ୟାକ୍ସିନ ପରେ ଦେହରେ ସୃଷ୍ଟ ଚୁମ୍ବକୀୟ ଶକ୍ତି ଏକ ଗୁଜବ: ଆଇଏଲଏସ ନିର୍ଦ୍ଦେଶକ
ଭ୍ୟାକ୍ସିନ ପରେ ଦେହରେ ସୃଷ୍ଟ ଚୁମ୍ବକୀୟ ଶକ୍ତି ଏକ ଗୁଜବ: ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ବର: ଭ୍ୟାକ୍ସିନ ନେବାପରେ ଦେହରେ ସୃଷ୍ଟି ହେଉଛି ଚୁମ୍ବକୀୟ ଶକ୍ତି। ଏହି ଚୁମ୍ବକୀୟ ଶକ୍ତି ବଳରେ ଦେହରେ ଲାଗିଯାଉଛି ଷ୍ଟିଲ ଜିନିଷ। ରାଜ୍ୟରେ ଢେଙ୍କାନାଳ, କେନ୍ଦୁଝର ପରି ଅନେକ ସ୍ଥାନରେ ଏଭଲି ଅଭିଯୋଗ ଆସିଥିଲା । ଯାହାକୁ ନେଇ ଲୋକମାନେ ଭୟଭିତ ହୋଇଯାଇଛନ୍ତି।

ଭ୍ୟାକ୍ସିନ ପରେ ଦେହରେ ସୃଷ୍ଟ ଚୁମ୍ବକୀୟ ଶକ୍ତି ଏକ ଗୁଜବ: ଆଇଏଲଏସ ନିର୍ଦ୍ଦେଶକ

କରୋନା ଟିକା ପରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ମନରେ ଏକ ପ୍ରକାରର ଭୟ ସୃଷ୍ଟି ହେଉଛି ଏବଂ ଅନେକ ଏହାର ମଜା ଉଠାଉଛନ୍ତି। ଏଭଳି କ୍ଷେତ୍ରରେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ, ଏପରି କିଛି ନାହିଁ, ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଏହା ଏକ ଗୁଜବ। ଅନ୍ୟପଟେ ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ, ଏହା ଏକ ଗୁଜବ। ଅନେକ ଦିନରୁ ଏହି ଗୁଜବ ଚାଲିଛି ଏବଂ ଆମେରିକାରେ ମଧ୍ୟ ଚାଲିଥିଲା। ଆମେରିକାର ସିଡିସି ଏହାର ସ୍ପଷ୍ଟୀକରଣ ଦେଇଛି ଯେ, ଏହାର କୌଣସି ସତ୍ୟାସତ୍ୟ ନାହିଁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details