ଓଡିଶା

odisha

By

Published : Jul 24, 2021, 4:40 PM IST

ETV Bharat / city

ଟୀକାକରଣ ପରେ ବି ହେଉଛି ସଂକ୍ରମଣ, ଜାଣନ୍ତୁ କେଉଁଠି କେତେ

ରାଜ୍ୟରେ ଟିକା ନେଲା ପରେ ବି ହେଉଛି ସଂକ୍ରମଣ। ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ପ୍ରଥମ ଡୋଜ ନେଲା ପରେ ଏବଂ ଦ୍ୱିତୀୟ ଡୋଜ ନେଲା ପରେ ହେଉଛି ସଂକ୍ରମଣ। ଅଧିକ ପଢନ୍ତୁ...

ଟୀକାକରଣ ପରେ ବି ହେଉଛି ସଂକ୍ରମଣ, ଜାଣନ୍ତୁ କେଉଁଠି କେତେ
ଟୀକାକରଣ ପରେ ବି ହେଉଛି ସଂକ୍ରମଣ, ଜାଣନ୍ତୁ କେଉଁଠି କେତେ

ଭୁବନେଶ୍ବର: ରାଜ୍ୟରେ ଟୀକାକରଣକୁ ନେଇ ଅଭିଯାନ ଜୋରଦାର । ବର୍ତ୍ତମାନ ସୁଦ୍ଧା ଓଡିଶାରେ 1 କୋଟି 51 ଲକ୍ଷ 24 ହଜାର 809 ଡୋଜ ଟୀକାକରଣ ସରିଲାଣି। କୋରୋନାକୁ ପ୍ରତିହତ କରିବାରେ ଟିକା ହେଉଛି ଏକମାତ୍ର ବଡ ଅସ୍ତ୍ର । ହେଲେ ଟିକା ନେବା ପରେ ବି କୋରୋନା ସଂକ୍ରମଣ ହେବାର ଦୃଷ୍ଟାନ୍ତ ଥିବା ବେଳେ ଏହାର ସଂଖ୍ୟା କମ ରହିଥିବା ସୂଚନା।

ଟୀକାକରଣ ପରେ ବି ହେଉଛି ସଂକ୍ରମଣ, ଜାଣନ୍ତୁ କେଉଁଠି କେତେ

ତଥ୍ୟ ଅନୁଯାୟୀ ଓଡିଶାରେ ଟିକା ନେଇ ବର୍ତ୍ତମାନ ସୁଦ୍ଧା 18 ହଜାର 805 ଜଣ ସଂକ୍ରମିତ ହୋଇଛନ୍ତି। ପ୍ରଥମ ଡୋଜ ନେଇ 10 ହଜାର 409 ଜଣ ଆକ୍ରାନ୍ତ ହୋଇଥିବାବେଳେ ଦ୍ୱିତୀୟ ଡୋଜ ନେଇ 8 ହଜାର 396 ଜଣ ସଂକ୍ରମିତ ହୋଇଛନ୍ତି। ତେବେ ଅନ୍ୟପଟେ ଭୁବନେଶ୍ୱରରେ ପ୍ରଥମ ଡୋଜ ନେଇଥିବା 1890 ଜଣ ସଂକ୍ରମିତ ହୋଇଥିବା ବେଳେ ଦୁଇଟି ଡୋଜ ନେଇ 2527 ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଢେଙ୍କାନାଳରେ ପ୍ରଥମ ଡୋଜ ନେଇ 1154 ଜଣ ଆକ୍ରାନ୍ତ ହୋଇଥିବା ବେଳେ ଦ୍ୱିତୀୟ ଡୋଜ ନେଇ 489 ଜଣ ଆକ୍ରାନ୍ତ ହୋଇଛନ୍ତି। ଖୋର୍ଦ୍ଧାରେ ପ୍ରଥମ ଡୋଜ ନେଇ 1149 ଜଣ ଆକ୍ରାନ୍ତ ହୋଇଥିବା ବେଳେ ଦ୍ୱିତୀୟ ଡୋଜ ନେଇ ଆକ୍ରାନ୍ତ ହୋଇଛନ୍ତି 78 ଜଣ। ମୟୂରଭଞ୍ଜରେ ପ୍ରଥମ ଡୋଜ ନେଇ 1100 ଜଣ ଆକ୍ରାନ୍ତ ହୋଇଥିବା ବେଳେ ଦ୍ୱିତୀୟ ଡୋଜ ନେଇ 775 ଜଣ ସଂକ୍ରମିତ ହୋଇଛନ୍ତି। ବାଲେଶ୍ୱରରେ 738 ଜଣ ଆକ୍ରାନ୍ତ ହୋଇଥିବା ବେଳେ ଦ୍ୱିତୀୟ ଡୋଜ ନେଇ 442 ଜଣ ଆକ୍ରାନ୍ତ ହୋଇଛନ୍ତି। ଗଞ୍ଜାମରେ ପ୍ରଥମ ଡୋଜ ନେଇ 42 ଜଣ ଆକ୍ରାନ୍ତ ହୋଇଥିବା ବେଳେ ଦ୍ୱିତୀୟ ଡୋଜ ନେଇ 210 ଜଣ ଆକ୍ରାନ୍ତ ହୋଇଛନ୍ତି।

ଟୀକାକରଣ ପରେ ବି ହେଉଛି ସଂକ୍ରମଣ, ଜାଣନ୍ତୁ କେଉଁଠି କେତେ

ଭାରତରେ ପ୍ରଥମ କିମ୍ବା ଦ୍ୱିତୀୟ ଡୋଜ ଟିକା ନେଲା ପରେ 0.03% ରୁ 0.04% ଆକ୍ରାନ୍ତ ହେଉଛନ୍ତି। ଏହି ଟ୍ରେଣ୍ଡ ଓଡ଼ିଶାରେ ମଧ୍ୟ ରହୁଛି । ଟିକା ନେବାର 14 ଦିନ ପରେ ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି, ସେମାନଙ୍କ ସଂଖ୍ୟା 87 ପ୍ରତିଶତ । ତାହା ଡେଲ୍ଟା ଭାରିଏଣ୍ଟ ଯୋଗୁଁ ଆକ୍ରାନ୍ତ ହେଉଛନ୍ତି । ତାହା ଭିତରୁ 85 % ଲୋକଙ୍କୁ ହସ୍ପିଟାଲ ଯିବାକୁ ଆବଶ୍ୟକ ପଡୁନାହିଁ। ସେମାନଙ୍କର କୌଣସି ଲକ୍ଷଣ ଜଣାପଡୁ ନାହିଁ। 1ରୁ 2 % ଲୋକ ଗୁରୁତର ହୋଇ ହସ୍ପିଟାଲ ଯାଉଛନ୍ତି ।

ଭୁବେନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details