ଓଡିଶା

odisha

ETV Bharat / city

ଟିକା ନେଲା ପରେ 20% ଲୋକଙ୍କ ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡ଼ି - ଅଜୟ ପରିଡ଼ା

ଟିକା ନେବା ପରେ 70 ରୁ 80 ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହେଉଥିବା ବେଳେ 20% ଲୋକଙ୍କ ପାଖରେ ଆଣ୍ଟିବଡି ସୃଷ୍ଟି ହେଉନାହିଁ । ଅଧିକ ପଢନ୍ତୁ...

ଟିକା ନେଲା ପରେ 20% ଲୋକଙ୍କ ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡ଼ି
ଟିକା ନେଲା ପରେ 20% ଲୋକଙ୍କ ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡ଼ି

By

Published : Sep 11, 2021, 1:39 PM IST

ଭୁବନେଶ୍ବର:ଟିକା ନେବା ପରେ ବି 20% ଲୋକଙ୍କ ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡ଼ି। ଜେନମ ସିକୁଏନସିଂ ବିଶ୍ଳେଷଣ ଆଧାରକୁ ନେଇ ଏହି ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା । ଅଗଷ୍ଟରେ ସାମ୍ପଲ ନେଇ ଜେନମ ସିକୁଏନସିଂ କରାଯାଇଥିଲା । ଭାରତର ସବୁ ରାଜ୍ୟରେ ଜିନମ ସିକ୍ୟୁଏନ୍ସି କରାଯାଇଛି। ସେଥିରୁ 4 ନମ୍ବରରେ ରହିଛି ଓଡିଶା। ପ୍ରଥମ ରେ ମହାରାଷ୍ଟ୍ର, ଦ୍ଵିତୀୟରେ କେରଳ, ତୃତୀୟରେ ଦିଲ୍ଲୀ ଏବଂ ଚତୁର୍ଥ ରେ ଓଡିଶା ଓ ତେଲେଙ୍ଗାନା ରହିଛି । ଭାରତରେ ଏବେ ସୁଦ୍ଧା 90 ହଜାର ଜିନାମ ସିକ୍ୟୁଏନ୍ସି କରାଯାଇଛି। ଅଗଷ୍ଟରୁ ସେପ୍ଟେମ୍ବର ମାସରେ ଦେଖାଯାଉଥିବା ଭାଇରସ ଡେ଼ଲ୍ଟା ଭ୍ୟାରିଆଣ୍ଟ । ଏବେ ଡେ଼ଲ୍ଟା ଭ୍ୟାରିଆଣ୍ଟ 90 ରୁ 95 ପ୍ରତିଶତ ରହିଛି ।

ଟିକା ନେଲା ପରେ 20% ଲୋକଙ୍କ ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡ଼ି

ଅଗଷ୍ଟ ମାସରେ ପ୍ରଥମ ସପ୍ତାହ ଭିତରେ ରାଜ୍ୟର 600 ସାମ୍ପଲକୁ ଜେନମ ସିକ୍ୱେନ୍ସିଂ କରାଯାଇଥିଲା । ସେଥିମଧ୍ୟରୁ 425 ଡେ଼ଲ୍ଟା ଭାରିଆଣ୍ଟ ବାହାରିଥିଲା । ଅନ୍ୟ ସବୁ ସାମ୍ପଲ ଅନ୍ୟ ଭାରିଆଣ୍ଟର । କୌଣସି ନୂଆ ମ୍ୟୁଟେସନ ଚିହ୍ନଟ ହୋଇନାହାନ୍ତି। ତେବେ ଟିକା ନେବା ପରେ 70 ରୁ 80 ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହେଉଥିବା ବେଳେ 20% ଲୋକଙ୍କ ପାଖରେ ଆଣ୍ଟିବଡି ସୃଷ୍ଟି ହେଉନାହିଁ । ଟିକା ନେବା ପରେ ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର 6 ହଜାର ସମ୍ପଲ ଜେନମ ସିକ୍ୱେନ୍ସିଂ ହୋଇଛି । ଡବଲ ଡୋଜ ପରେ ବୁଷ୍ଟର କି ତୃତୀୟ ଡୋଜ ଦେବା ନେଇ ଏବେ ଅନୁଧ୍ୟାନ ଚାଲିଥିବା କହିଛନ୍ତି ILS ନିର୍ଦ୍ଦେଶକ। ତେବେ ସମାନ କମ୍ପାନିର ନା ଅନ୍ୟ କମ୍ପାନିର ଡୋଜ ଦିଆଯିବ, ଏହାକୁ ନେଇ ବିଶ୍ଳେଷଣ କରାଯାଉଛି । ଖୁବଶୀଘ୍ର ଭାରତ ସରକାର ଏ ସମ୍ପର୍କରେ ଘୋଷଣା କରିବେ ବୋଲି କହିଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details