ଓଡିଶା

odisha

ETV Bharat / city

କୋଭିଡ୍‌ କଟକଣାରେ ଅଫଲାଇନ ପରୀକ୍ଷା ଦେଲେ +୨ ଛାତ୍ରଛାତ୍ରୀ - ଯୁକ୍ତ ଦୁଇ ପରୀକ୍ଷା ଖବର

କୋରୋନା କଟକଣା ମଧ୍ୟରେ ଦୁଇ ବର୍ଷ ପରେ ଅଫଲାଇନ୍‌ରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ପ୍ରଥମ ଦିନରେ କଳା ଓ ବାଣିଜ୍ୟ ବିଭାଗର MIL(ଓଡ଼ିଆ) ବିଷୟ ପରୀକ୍ଷା ରହିଥିଲା । ଅଧିକ ପଢନ୍ତୁ

କଟକଣାରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ, ବିଜେବିରେ ୧୦ ଛାତ୍ରଛାତ୍ରୀ ଦେଲେନି ପରୀକ୍ଷା
କଟକଣାରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ, ବିଜେବିରେ ୧୦ ଛାତ୍ରଛାତ୍ରୀ ଦେଲେନି ପରୀକ୍ଷା

By

Published : Apr 28, 2022, 6:24 PM IST

ଭୁବନେଶ୍ବର: ଦୁଇ ବର୍ଷ ପରେ କୋରୋନା କଟକଣା ମଧ୍ୟରେ ଅଫଲାଇନରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । ପ୍ରଥମ ଦିନରେ କଳା ଓ ବାଣିଜ୍ୟ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ) ବିଷୟ ପରୀକ୍ଷା ରହିଥିଲା । ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଭୟ ମଧ୍ୟ ରହିଥିଲା । ତେବେ ପରୀକ୍ଷା ଶେଷ ହେବା ପରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଭଲ ହୋଇଥିବା କହିଛନ୍ତି । ଛାତ୍ରଛାତ୍ରୀଙ୍କ କହିବା ମୁତାବକ, ସେମାନଙ୍କ ମନରେ ଡର ରହିଥିଲା କିନ୍ତୁ, ବିଷୟ ମଧ୍ୟରୁ ପ୍ରଶ୍ନ ଆସିଥିବାରୁ ଆଶ୍ବସ୍ତ ଅନୁଭବ କରିଥିଲେ ।

କଟକଣାରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ, ବିଜେବିରେ ୧୦ ଛାତ୍ରଛାତ୍ରୀ ଦେଲେନି ପରୀକ୍ଷା

ପରୀକ୍ଷା କେନ୍ଦ୍ରରେ କୋଭିଡ କଟକଣା ସହ ପିଇବା ପାଣି ଏବଂ ଓଆରଏସ ପାନୀୟ ବ୍ୟବସ୍ଥା କରାଯାଇଥିଲା । ବିଜେବି ଜୁନିଅର କଲେଜର ପ୍ରିନ୍ସିପାଲ ରଞ୍ଜନ ବଳ କହିଛନ୍ତି ଯେ, ବିଜେବି କଲେଜ ସମେତ ୪ଟି କଲେଜର ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲେ । ପରୀକ୍ଷାକୁ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତ କରାଯାଇଥିଲା । କଳା ବିଭାଗରେ ୩ଟି କଲେଜ ଏବଂ ବାଣିଜ୍ୟରେ ୨ଟି କଲେଜର ଛାତ୍ରଛାତ୍ରୀ ଆଜି ବିଜେବି କଲେଜରେ ପରୀକ୍ଷା ଦେଉଥିଲେ । ଆଜି ପ୍ରଥମ ଦିନରେ ୧୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ଅନୁପସ୍ଥିତ ଥିଲେ ବୋଲି ସୂଚନା ଦେଇଛନ୍ତି ପ୍ରିନ୍ସିପାଲ ରଞ୍ଜନ ବଳ ।

ଯୁକ୍ତ ଦୁଇ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ମେ ୩୧ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ୩,୨୧,୫୦୮ ଜଣ ପରୀକ୍ଷାର୍ଥୀ ଉଚ୍ଚ ମାଧ୍ୟମିକ(+2) ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରୁ ୨,୧୩,୪୩୨ ଜଣ କଳା, ୭୮,୦୭୭ ଜଣ ବିଜ୍ଞାନ, ୨୪,୧୩୬ ଜଣ ବାଣିଜ୍ୟ ଓ ୫,୮୬୩ ଜଣ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀ ରହିଛନ୍ତି । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷା ପାଇଁ ୧,୧୩୩ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ଟି ପରୀକ୍ଷା ପରିଚାଳନା ହବ୍ (ନୋଡାଲ୍ ସେଣ୍ଟର) କରାଯାଇଛି । ସମସ୍ତ ପରୀକ୍ଷା ସକାଳ ୯.୦୦ଟାରୁ ଆରମ୍ଭ ହୋଇ ୧୨.୦୦ଟା ପର୍ଯ୍ୟନ୍ତ ଚାଲିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details