ଓଡିଶା

odisha

ETV Bharat / city

ଦୁଇବର୍ଷ ପରେ ପୁଣି ରାଜଧାନୀରେ ଜମିବ ଦାଣ୍ଡିଆ ନାଚ - ଆର୍ ଆଣ୍ଡ ଆର୍ ସେଲିବ୍ରେସନ

ରଘୁନାଥପୁର ସ୍ଥିତ ଦି ଭାଟିକା ପାର୍ଟିଲନ୍ ପକ୍ଷରୁ ରାଜଧାନୀରେ ନବରାତ୍ରୀ ପାଳନ ଅବସରରେ ଆୟୋଜିତ ହେଉଛି ଦାଣ୍ଡିଆ ନାଇଟସ୍ । ୨୮ ରୁ ଆସନ୍ତା ୩ ତାରିଖ ୬ ଦିନ ଧରି ଦାଣ୍ଡିଆ ନାଇଟସ ହେବ । ଅଧିକ ପଢନ୍ତୁ

ଦୁଇବର୍ଷ ପରେ ପୁଣି ରାଜଧାନୀରେ ଦାଣ୍ଡିଆ ନାଚର ମଜା
ଦୁଇବର୍ଷ ପରେ ପୁଣି ରାଜଧାନୀରେ ଦାଣ୍ଡିଆ ନାଚର ମଜା

By

Published : Sep 27, 2022, 8:39 PM IST

ଭୁବନେଶ୍ବର: ଦାଣ୍ଡିଆ ନାଚର ମଜା ନେବେ ରାଜଧାନୀବାସୀ । ରଘୁନାଥପୁର ସ୍ଥିତ ଦି ଭାଟିକା ପାର୍ଟିଲନ୍ ପକ୍ଷରୁ ଆୟୋଜିତ ହେଉଛି ଦାଣ୍ଡିଆ ନାଇଟସ୍। ରାଜଧାନୀରେ ନବରାତ୍ରୀ ପାଳନ ଅବସରରେ ଏହା ଆୟୋଜିତ ହେଉଛି। ଏହା ୨୮ ରୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ଦାଣ୍ଡିଆ ନାଇଟସ ହେବ । ଆର୍ ଆଣ୍ଡ ଆର୍ ସେଲିବ୍ରେସନ ସଂସ୍ଥା ସହ ଅନୁବନ୍ଧିତ ହୋଇ ଏହି ଦାଣ୍ଡିଆ ନାଇଟସ୍ ଆୟୋଜନ ହୋଇଛି।

ଦୁଇବର୍ଷ ପରେ ପୁଣି ରାଜଧାନୀରେ ଜମିବ ଦାଣ୍ଡିଆ ନାଚ

ଏଥିରେ ରାଜଧାନୀବାସୀ ଫେମସ୍ ଡ଼ିଜେର ତାଳେ ତାଳେ ଦାଣ୍ଡିଆ ଖେଳିବା ସହ ବିଭିନ୍ନ ପ୍ରକାର ଫୁଡ ଷ୍ଟଲ୍, ପିଠାପଣା ଓ ସପିଂର ମଜା ନେଇ ପାରିବେ। ତେବେ ପ୍ରସିଦ୍ଧ ଓଲିଉଡ୍ ଗାୟିକା ସୋନମ୍ ଦାସ ଏହି କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ କରିବେ। ପିଲା ମାନଙ୍କ ପାଇଁ ଗେମ୍ ଜୋନର ମଧ୍ୟ ବ୍ୟବସ୍ଥା ଥିବାରୁ ପିଲା ମଧ୍ୟ ବିଭିନ୍ନ ଖେଳର ମଜା ନେଇ ପାରିବେ। ବର୍ଷା ପାଇଁ ଇନଡୋର ସେଲିବ୍ରେସନର ମଧ୍ୟ ବ୍ୟବସ୍ଥା ରହିଛି। ଯେଉଠି ୧୦୦ ରୁ ଅଧିକା ଲୋକେ ଦାଣ୍ଡିଆ ଖେଳିପାରିବେ। ଏନେଇ ଏଣ୍ଟ୍ରି ପାଇଁ ଉଭୟ ଅନଲାଇନ୍ ଓ ଅଫଲାଇନ୍ ଜରିଆରେ କରିପାରିବେ ବୁକିଂ। ତେବେ କପୁଲ୍ ଏଣ୍ଟ୍ରି ପାଇଁ ୩୦୦ ଟଙ୍କା ଥିବା ବେଳେ ୧୨ ବର୍ଷରୁ କମ୍ ପିଲାଙ୍କ ପାଇଁ କୌଣସି ଏଣ୍ଟ୍ରି ଫି ନାହିଁ। ଗତ ଦୁଇ ବର୍ଷ ପରେ ପୁଣି ରାଜଧାନୀରେ ଦାଣ୍ଡିଆ ମହୋତ୍ସବର ଆୟୋଜନ ହେଉଥିବାରୁ ଲୋକମାନେ ଏହାର ଭରପୁର ମଜା ନେବେ ବୋଲି ଆଶା ରଖିଛନ୍ତି ଆୟୋଜକ ।

ଏହା ମଧ୍ୟ ପଢନ୍ତୁ-ରିଲିଜ ପୂର୍ବରୁ ବିବାଦରେ ଓଡିଆ ୱେବ୍‌ସିରିଜ ବାରଙ୍ଗ ୧୯୯୯

ତେବେ ଏନେଇ ଦି ଭାଟିକା ପାର୍ଟିଲନ୍ ମାଲିକ ଗୌତମ ମହାନ୍ତି କହିଛନ୍ତି, "ଆମର ଏହା ଏକ ଛଅ ଦିନ ର ଇଭେଣ୍ଟ ହେବ । ଏହା ଦି ଭାଟିକା ପାର୍ଟିଲନ୍ ପକ୍ଷରୁ ଆୟୋଜିତ ହେଉଛି । ଏଠାରେ ଦାଣ୍ଡିଆ ଖେଳିବା ସହ ବିଭିନ୍ନ ପ୍ରକାର ଫୁଡ ଷ୍ଟଲ୍, ପିଠାପଣା ଓ ସପିଂ ଆଦି ରହିବ। ଏହାଛଡା ବର୍ଷା ଯୋଗୁଁ ଇନଡୋର ସେଲିବ୍ରେସନ ପାଇଁ ୧୦୦ ରୁ ଅଧିକା ଲୋକଙ୍କ ପାଇଁ ଦାଣ୍ଡିଆ ଖେଳିବା ର ବ୍ୟବସ୍ଥା ରହିଛି। "

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details