ଓଡିଶା

odisha

ETV Bharat / city

ଦୁଇ ମାସ ପରେ ସ୍ମାର୍ଟସିଟିରେ ଗଡିଲା ‘ମୋ ବସ୍‌’ - ଗଡିଲା ‘ମୋ ବସ୍‌’

ମଙ୍ଗଳବାର ଭୁବନେଶ୍ବରର ଲାଇଫ ଲାଇନ କୁହାଯାଉଥିବା ମୋ ବସ ସେବା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ...

after-two-months-mo-bus-service-started-in-bhubaneswar
ଦୁଇ ମାସ ପରେ ସ୍ମାର୍ଟସିଟିରେ ଗଡିଲା ‘ମୋ ବସ୍‌’

By

Published : May 26, 2020, 10:28 PM IST

ଭୁବନେଶ୍ବର: ଦୀର୍ଘଦିନ କୋରୋନା ଲକଡାଉନ କଟକଣା ପରେ ଗଡ଼ିଲା ମୋ ବସ । ପ୍ରାୟ ୨ ମାସ ପରେ ଭୁବନେଶ୍ବରରେ ଗଡ଼ିଲା ମୋ ବସ । ଦୀର୍ଘ ଦିନ କଟକଣା ପରେ ସ୍ୱାଭାବିକ ହେଉଛି ସ୍ମାର୍ଟସିଟି ଭୁବନେଶ୍ବର । ମଙ୍ଗଳବାର ଭୁବନେଶ୍ବରର ଲାଇଫ ଲାଇନ କୁହାଯାଉଥିବା ମୋ ବସ ସେବା ଆରମ୍ଭ ହୋଇଛି ।

ଦୁଇ ମାସ ପରେ ସ୍ମାର୍ଟସିଟିରେ ଗଡିଲା ‘ମୋ ବସ୍‌’

ଭୁବନେଶ୍ୱରରୁ କଟକ, ଖୋର୍ଦ୍ଧାକୁ ଗଡିଛି ମୋ ବସ । ୭ ଟି ରୁଟ୍‌ରେ ବିନା ଶୀତ ତାପ ନିୟନ୍ତ୍ରିତ ବସ ଚାଲିବା ଆରମ୍ଭ କରିଛି । ଯାତ୍ରା ସମୟରେ ଯାତ୍ରୀ ମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ବସରେ ଠିଆ ହୋଇ କେହି ଯାତ୍ରୀ ଯାତ୍ରା କରିପାରିବେ ନାହିଁ । ଟିକେଟର ମୂଲ୍ୟ ଅପରିବର୍ତ୍ତିତ ରହିଛି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବସ ଚଳାଚଳ କରିବ। ଭୁବନେଶ୍ବରରେ ସାଧାରଣ ଲୋକଙ୍କୁ ଗମନାଗମନର ସୁବିଧା ନେଇ ଏହି ସେବା ଆରମ୍ଭ ହୋଇଛି । ଲକଡାଉନ କଟକଣା ସମୟରେ ଯାତ୍ରୀ ମାନଙ୍କ ପାଇଁ ଏହା ଏକ ଆସ୍ବସ୍ତିକର ସୂଚନା । ତେବେ ଆଗକୁ ଅନ୍ୟ ରୁଟରେ ମଧ୍ୟ ଅଧିକ ସଂଖ୍ୟକ ମୋ ବସ ଚଳାଚଳ କରିବ ବୋଲି ଜନସାଧାରଣ ଆଶା ରଖିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details