ଓଡିଶା

odisha

ETV Bharat / city

ପୂର୍ଣ୍ଣିମା ପରେ ବନ୍ୟା ପରିସ୍ଥିତିରେ ଆସିବ ସୁଧାର - ପୂର୍ଣ୍ଣିମା ପରେ ବନ୍ୟା ପରିସ୍ଥିତିରେ ସୁଧାର

ପୂର୍ଣ୍ଣିମା ପରେ ବନ୍ୟା ପରିସ୍ଥିତିରେ ସୁଧାର ଆସିବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ଅଧିକ ପଢ଼ନ୍ତୁ...

flood situation will improve, full moon, water resources department, chief engineer Jyotirmaya Rath, ବନ୍ୟା ପରିସ୍ଥିତିରେ ଆସିବ ସୁଧାର, ପୂର୍ଣ୍ଣିମା ପରେ ବନ୍ୟା ପରିସ୍ଥିତିରେ ସୁଧାର, ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ
ପୂର୍ଣ୍ଣିମା ପରେ ବନ୍ୟା ପରିସ୍ଥିତିରେ ଆସିବ ସୁଧାର

By

Published : Sep 1, 2020, 1:30 PM IST

ଭୁବନେଶ୍ବର: ବନ୍ୟା ସ୍ଥିତିକୁ ନେଇ ନୂଆ ସଙ୍କଟ। ପୂର୍ଣ୍ଣିମା ଯୋଗୁଁ ଉଠୁଛି ଜୁଆର ପଛକୁ ଫେରୁନି ସମୁଦ୍ର। ଜଳ ନିଷ୍କାସନ ପାଇଁ ତିନି ଦିନ ଲାଗିବ ବୋଲି ରହିଛି ସୂଚନା । ବର୍ତ୍ତମାନ ପ୍ରତି ସେକେଣ୍ଡରେ ହୀରକୁଦକୁ 3 ଲକ୍ଷ 59 ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। 24 ଗେଟ ଦେଇ 4 ଲକ୍ଷ ଘନଫୁଟ ଜଳ ନିଷ୍କାସିତ ହେଉଛି।

ପୂର୍ଣ୍ଣିମା ପରେ ବନ୍ୟା ପରିସ୍ଥିତିରେ ଆସିବ ସୁଧାର

ସେପଟେ ମୁଣ୍ଡୁଳିରେ 9 ଲକ୍ଷ 80 ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି। ହୀରାକୁଦରେ ଜଳ ସ୍ଥର 625.79 ଫୁଟ ରହିଛି। ଏ ପର୍ଯ୍ୟନ୍ତ ମୋଟ 36 ଟି ଘାଇ ସୃଷ୍ଟି ହୋଇଛି। ପୂର୍ଣ୍ଣିମା ପରେ ପରିସ୍ଥିତିରେ ସୁଧାର ଆସିବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।

ଜୁଆର ଠେଲିକି ରଖିଛି। 10 ପ୍ରତିଶତ ବି ସମୟ ମିଳୁନି ସମୁଦ୍ରକୁ ପାଣି ଯିବା ପାଇଁ। 729 ଘୋଳିଆ ମରାଯାଇଛି। ଘାଇ ମରାମତି କାର୍ଯ୍ୟ ଆରମ୍ଭ ହେଲାଣି। ଦତ୍ତପୁର ଯାଜପୁରରେ ଘାଇ ମରାମତି କାମ ଆରମ୍ଭ ହୋଇଛି। ମୟୁରଭଞ୍ଜରେ ମଧ୍ୟ ଘାଇ ମରାମତି କାମ ଆରମ୍ଭ ହେବ ବୋଲି କହିଛନ୍ତି ଜ୍ୟୋତିର୍ମୟ ରଥ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details