ଓଡିଶା

odisha

ETV Bharat / city

ଅସହାୟ ପିଲାଙ୍କ ପାଇଁ ଏଣିକି ଶିଶୁ ସୁରକ୍ଷା ଯୋଜନା - Ashirbad scheme

ସେପ୍ଟେମ୍ବର 15 ତାରିଖ ପରେ ବାପା ମାଆ ଛେଉଣ୍ଡ ପିଲାମାନେ ଆଶୀର୍ବାଦ ଯୋଜନା ବଦଳରେ ସରକାରଙ୍କ ବିଭିନ୍ନ ଶିଶୁ ସୁରକ୍ଷା ଯୋଜନାରେ ସାମିଲ ହେବେ । ଅଧିକ ପଢ଼ନ୍ତୁ...

ଅନାଥ ପିଲାଙ୍କ ପାଇଁ ଏଣିକି ଶିଶୁ ସୁରକ୍ଷା ଯୋଜନା
ଅନାଥ ପିଲାଙ୍କ ପାଇଁ ଏଣିକି ଶିଶୁ ସୁରକ୍ଷା ଯୋଜନା

By

Published : Sep 13, 2021, 9:58 PM IST

Updated : Sep 13, 2021, 10:48 PM IST

ଭୁବନେଶ୍ବର: ବାପା ମାଆ ଛେଉଣ୍ଡ ପିଲାଙ୍କ ପାଇଁ ଶିଶୁ ସୁରକ୍ଷା ଯୋଜନା । ଚଳିତ ମାସ 15 ତାରିଖ ପରେ ବାପା ମାଆ ଛେଉଣ୍ଡ ପିଲାମାନେ ଆଶୀର୍ବାଦ ଯୋଜନା ବଦଳରେ ସରକାରଙ୍କ ବିଭିନ୍ନ ଶିଶୁ ସୁରକ୍ଷା ଯୋଜନାରେ ସାମିଲ ହେବେ । ରାଜ୍ୟ ଆଇସିଡିଏସ୍‍(ICDS) ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଜିଲ୍ଲାପାଳମାନଙ୍କୁ ଏହି ମର୍ମରେ ଆଜି ପତ୍ର ଲେଖିଛନ୍ତି ।

ରାଜ୍ୟରେ କୋରୋନା ମୃତ୍ୟୁ ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ICDS ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ । ସେ ଚିଠିରେ ଦର୍ଶାଇଛନ୍ତି ଯେ, 'କୋଭିଡ ମହାମାରୀ ସମୟରେ ପିତାମାତାଙ୍କୁ ହରାଇ ବାପା ମାଆ ଛେଉଣ୍ଡ ହୋଇଥିବା ପିଲାମାନଙ୍କ ମଙ୍ଗଳ ପାଇଁ ଆଶୀର୍ବାଦ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନାରେ ଅନ୍ୟ ସହାୟତା ସହିତ ପିଲାଙ୍କୁ ମାସିକ ଆର୍ଥିକ ସହାୟତାର ବ୍ୟବସ୍ଥା ରହିଛି ।'

ଅନାଥ ପିଲାଙ୍କ ପାଇଁ ଏଣିକି ଶିଶୁ ସୁରକ୍ଷା ଯୋଜନା
ଯୋଜନାର ନିର୍ଦ୍ଦେଶାବଳୀ ଅନୁଯାୟୀ 2020 ଏପ୍ରିଲ୍‍ ପହିଲା ପରେ ବାପା ମାଆ ଛେଉଣ୍ଡ ପିଲାମାନେ ହିଁ ଏହି ଯୋଜନାରେ ସାମିଲ ହୋଇପାରିବେ । ତେବେ ଲକ୍ଷ୍ୟ କରାଯାଉଛି ଯେ ରାଜ୍ୟରେ ଏବେ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ମାସ 15 ତାରିଖ ପରେ ବାପା ମାଆ ଛେଉଣ୍ଡ ପିଲାମାନଙ୍କୁ ଆଉ ଆଶୀର୍ବାଦ ଯୋଜନାରେ ସାମିଲ କରାଯିବ ନାହିଁ । ଏହା ବଦଳରେ ସେମାନଙ୍କୁ ସରକାରଙ୍କ ବିଭିନ୍ନ ଶିଶୁ ସୁରକ୍ଷା ଯୋଜନାରେ ସାମିଲ କରାଯିବ । ଆଶୀର୍ବାଦ ଯୋଜନାରେ ସାମିଲ ହୋଇଥିବା ପିଲାମାନେ 18 ବର୍ଷ ପର୍ଯ୍ୟନ୍ତ ସରକାରୀ ସହାୟତା ପାଇ ପାରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ନେଇ ସୂଚନା ମିିଳିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Sep 13, 2021, 10:48 PM IST

ABOUT THE AUTHOR

...view details