ଓଡିଶା

odisha

By

Published : Jul 31, 2019, 2:29 AM IST

ETV Bharat / city

ରସଗୋଲା ପରେ ଓଡିଶୀ ନୃତ୍ୟ ଓ ସଙ୍ଗୀତର ପାଳି

ଆଜିକାର ପ୍ରତିଦ୍ବନ୍ଦିତା ପୂର୍ଣ୍ଣ ସମାଜରେ ଓଡିଶୀ ନୃତ୍ୟକୁ ସାରା ଭାରତରେ ଲୋକମାନେ ଅପଣାଇବା ସହିତ ବେଶ ଉନ୍ନତ ପ୍ରଦର୍ଶନ କରିଛନ୍ତି । କେତେବେଳେ କିଏ ଆମ ଓଡିଶୀ ନୃତ୍ୟ ଓ ସଙ୍ଗୀତ ତାଙ୍କର ବୋଲି କହି ଦେବା ପୂର୍ବରୁ ସରକାର ଏହାର ଜିଆଇ ପ୍ରମାଣ ହାସଲ ପାଇଁ ଚେଷ୍ଟା ଆରମ୍ଭ କରୁଥିବା ଜଣାଯାଇଛି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଓଡିଶୀ ନୃତ୍ୟ ଓ ସଙ୍ଗୀତ ଓଡିଶାରୁ ଉତ୍ପତ୍ତି ଏଥିରେ ଦ୍ବିମତ ନାହିଁ । ତେବେ ଆଜିକାର ପ୍ରତିଦ୍ବନ୍ଦିତା ପୂର୍ଣ୍ଣ ସମାଜରେ ଓଡିଶୀ ନୃତ୍ୟକୁ ସାରା ଭାରତରେ ଲୋକମାନେ ଅପଣାଇବା ସହିତ ବେଶ ଉନ୍ନତ ପ୍ରଦର୍ଶନ କରିଛନ୍ତି । କେତେବେଳେ କିଏ ଆମ ଓଡିଶୀ ନୃତ୍ୟ ଓ ସଙ୍ଗୀତ ତାଙ୍କର ବୋଲି କହି ଦେବା ପୂର୍ବରୁ ସରକାର ଏହାର ଜିଆଇ ପ୍ରମାଣ ହାସଲ ପାଇଁ ଚେଷ୍ଟା ଆରମ୍ଭ କରୁଥିବା ଜଣାଯାଇଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଗୀତଗୋବିନ୍ଦ ଆମର ହୋଇଥିଲେ ମଧ୍ୟ ଏହା ପାଇଁ ଯେପରି ବିଭିନ୍ନ ଅଞ୍ଚଳର ବୋଲି ଦାବି ହେଉଛି ସେହିପରି ଓଡ଼ିଶାର ପ୍ରସିଦ୍ଧ ରସଗୋଲାକୁ ବେଙ୍ଗଲୀ ମାନେ ତାଙ୍କର କହିବା ପରି ପ୍ରଥମେ ତାହା ତାଙ୍କର ବୋଲି ପ୍ରମାଣ କରିବାକୁ ଚାହିଁଥିଲେ। ତେବେ ଶେଷରେ ସେମାନେ ବିଫଳ ହେବା ସହିତ ଓଡ଼ିଶାର ରସଗୋଲା ବୋଲି ଭାରତ ସରକାରଙ୍କ ଦ୍ଵାରା ଜିଆଇ ଟ୍ୟାଗ ମିଳିଛି। ତେଣୁ ଓଡ଼ିଶାର ନିଜର ବୈଭବ ଓଡିଶୀ ନୃତ୍ୟ ଓ ସଙ୍ଗୀତକୁ ଅନ୍ୟ କେହି ନିଜର ବୋଲି ଦାବି କରିବା ପୂର୍ବରୁ ଏହାର ମାନ୍ୟତା ହାସଲ ପାଇଁ ପ୍ରୟାସ ଆରମ୍ଭ ହେଉଥିବା କହିଛନ୍ତି ଓଡ଼ିଆ ଭାଷା ସାହିତ୍ୟ ,ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ।

ସ୍ଥାନୀୟ ଭଞ୍ଜକଳାମଣ୍ଡପ ଠାରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ଓଡିଶୀ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଓ ବାଲେଶ୍ବର ଜିଲ୍ଲାର ଶିଳ୍ପୀମାନଙ୍କ ଦ୍ବାରା ଓଡିଶୀ ନୃତ୍ୟ ଓ ଓଡିଶୀ ସଂଗୀତ ପରିବେଷଣ କରାଯାଇଥିଲା ।

ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗୀତ ନାଟକ ଏକାଡେମୀ ସଚିବ ଡଃ ବିଜୟ କୁମାର ଜେନା , ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ ନାୟକ, ଗୁରୁ ରାମହରି ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details