ଓଡିଶା

odisha

ETV Bharat / city

ଡାକ୍ତରଙ୍କ ସାଂଘାତିକ ଅବହେଳା; ପ୍ରସବ ପରେ ପେଟରୁ ବାହାରିଲା ପଚା ଗଜ କପଡା - ଭୁବନେଶ୍ବର

ପୁଣି ଥରେ ପଦାକୁ ଆସିଲା ଡାକ୍ତରଙ୍କ ନାମରେ ସାଂଘାତିକ ଅଭିଯୋଗ । ପ୍ରସବର କେଇ ଘଣ୍ଟା ପରେ ହୋଇଗଲା ସଂକ୍ରମଣ । ପେଟରୁ ବାହାରିଲା ପଚାଶଢା ଗଜ କପଡା। ଜାଣନ୍ତୁ ପୁରା ଖବର...

ଡାକ୍ତରଙ୍କ ସାଂଘାତିକ ଅବହେଳା; ପ୍ରସବ ପରେ ପେଟରୁ ବାହାରିଲା ପଚା ଗଜ କପଡା
ଡାକ୍ତରଙ୍କ ସାଂଘାତିକ ଅବହେଳା; ପ୍ରସବ ପରେ ପେଟରୁ ବାହାରିଲା ପଚା ଗଜ କପଡା

By

Published : Jan 7, 2020, 8:33 PM IST

Updated : Jan 7, 2020, 11:48 PM IST

ଭୁବନେଶ୍ବର: ପୁଣି ଥରେ ପଦାକୁ ଆସିଲା ଡାକ୍ତରଙ୍କ ନାମରେ ସାଂଘାତିକ। ପ୍ରସବର କେଇ ଘଣ୍ଟା ପରେ ହୋଇଗଲା ଇନଫେକ୍ସନ । ପେଟରୁ ବାହାରିଲା ପଚାଶଢା ଗଜ କପଡା। କେବଳ ଏତିକି ନୁହେଁ ଶିଶୁ ପୁତ୍ରକୁ ବି ବଞ୍ଚେଇବାରେ ସକ୍ଷମ ହେଲେନି ଡାକ୍ତର । ଡାକ୍ତରଙ୍କ ଅବହେଳା ହେତୁ ଏଭଳି ହୋଇଛି ବୋଲି ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ରାଜ୍ୟ ମାନବ ଅଧିକାର କମିଶନଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି ଦମ୍ପତ୍ତି।

ଡାକ୍ତରଙ୍କ ସାଂଘାତିକ ଅବହେଳା; ପ୍ରସବ ପରେ ହୋଇଗଲା ଇନଫେକ୍ସନ

୨୦୧୭ ମସିହା ମେ ମାସ। ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ହେମରାଜ ବଂଶୁରଙ୍କ ପତ୍ନୀ ସୂର୍ଯ୍ୟକାନ୍ତୀ ବଂଶୁର । ଡାକ୍ତର ରୁଦ୍ର ନାରାୟଣ ପଟେଲ ସୂର୍ଯ୍ୟକାନ୍ତିଙ୍କ ଅସ୍ତ୍ରୋପଚାର କରିଥିଲେ। ହେଲେ ଶିଶୁକୁ ବଞ୍ଚାଇପାରିଲେ ନାହିଁ । ଆଉ ଏଭଳି ଯନ୍ତ୍ରଣାରେ ଦୀର୍ଘ ଦିନ ଧରି ଛଟପଟ ହେଉଛନ୍ତି ସୂର୍ଯ୍ୟକାନ୍ତୀ ।

ଡାକ୍ତରଙ୍କ ଅବହେଳା ପାଇଁ ଏଭଳି ଘଟଣା ଘଟିଲା । ପ୍ରସବ ସମୟରେ କୌଣସି ପ୍ରକାରର ଚିକିତ୍ସା ନକରି ସେମିତି ଛାଡିଦେଇଥିଲେ ଡାକ୍ତର। ସରକାରୀ ହସ୍ପିଟାଲରୁ ଏଭଳି ଘଟଣା ହେବା ପରେ ଜୀବନର ସବୁ କିଛି ଖୁସି ଭୁଲିଯାଇଛନ୍ତି ଦମ୍ପତ୍ତି। ନବଜାତ ଶିଶୁ ପୁତ୍ରକୁ ହରାଇବା ସହ ପେଟରେ ଇନଫେକ୍ସନ । ଆର୍ଥିକ ସ୍ଥିତି ଭଲ ନଥିବା ବେଳେ ଧାର ଉଧାର କରି ଟଙ୍କା ଆଣି ପତ୍ନୀଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ମେଡିକାଲକୁ ଆଣିଥିଲେ।

ଖଡିଆଳ ନୂଆପଡ଼ାର ଏକ ହସ୍ପିଟାଲରେ ଦୀର୍ଘ ସମୟ ଧରି ଚିକିତ୍ସା ହେବା ପରେ ସାଧାରଣ ସ୍ଥିତିକୁ ଆସିଛନ୍ତି ସୂର୍ଯ୍ୟକାନ୍ତି। ହେଲେ ସେଠାରେ ସେମାନଙ୍କର 6 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି। ସେପଟେ ଡାକ୍ତରଙ୍କ ଅବହେଳା ଯୋଗୁଁ ସେ ଯେଉଁ ଅବସ୍ଥା ଭୋଗିଛନ୍ତି ତା ପାଇଁ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି କରିଛନ୍ତି ସୂର୍ଯ୍ୟକାନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 7, 2020, 11:48 PM IST

ABOUT THE AUTHOR

...view details